ତୁମ ସ୍ମୃତି
ତୁମ ସ୍ମୃତି
ଶୀତୁଆ ସଞ୍ଜରେ
ଗେଣ୍ଡୁ ଫୁଲ ଦେଖିଲେ
ମନେପଡେ ତୁମ ଫଟାଫଟା ପାପୁଲି
ଆଉ ମିଠା ମିଠା କଥା ।
ବାଟବଣା ଆମ ପ୍ରେମ
ମିଛ ବଦନାମ
ଅନିଦ୍ରା କେତେ ରାତି
ଶବ୍ଦ ଯୋଡ଼ା କାମ ।
ତୁମ ସୁମଧୁର ଗୀତ
ଆଉ ମୋ ଅଭିମତ
ଗୋଲାପର ଛବି
ଭିଭା ଭିଡ଼ିଓ ସଙ୍ଗୀତ ।
କେତେ ରାଗ ଅଭିମାନ
କେତେ ମିଛ ପ୍ରତିଶ୍ରୁତି
ଅଦେଖା ଦହନ
ଆଉ ଅଛୁଆଁ ସେ ପ୍ରୀତି ।
ମୋତେ ପାଇବାର ଆଶା
ମୋତେ ଦବାର ଭରଷା
ସେଇ ଶୀତୁଆ ସକାଳ
ମଗୁସୁର ମାଣବସା ।
ଛଳନାର ଛବି
ଆଉ ଛଟପଟ ମନ
ତୁମ ରସେ ଛଦ୍ମ ରୂପ
ଛିଡିବା ବନ୍ଧନ ।
ତୁମ ସେ ତ୍ରିଭଙ୍ଗୀ ଠାଣି
ପ୍ରେମର କାହାଣୀ
ପାନ୍ଥଶାଳା ମନ ଆଉ
କଟାକ୍ଷ ଚାହାଣି ।
ତୁମ ହାତ କଳାକୃତି
ଉପହାର ଉପାସନା
ଜୀବନର ବଡ ଦୁଃଖ
ତୁମ ଛୋଟ ପ୍ରତାରଣା ।
ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା
7008315040