STORYMIRROR

Sidheswar Tripathy

Others

2  

Sidheswar Tripathy

Others

ମୋ ଆଖି

ମୋ ଆଖି

1 min
14.2K




ମୋ ଆଖିକୁ ଦେଖିଲା ପରେ

ଏ ଦୁନିଆ ଯାକ ଲୋକଙ୍କର

ଗୋଟିଏ ପ୍ରଶ୍ନ

ମୁଁ କିନ୍ତୁ ନୀରବ ।


ସବୁ ଉତ୍ତର ମୋ ଆଖିତଳେ ଲେଖା

ହେଲେ ସେ ଭାଷାଗୁଡାକ

ସମସ୍ତଙ୍କ ପାଇଁ ବୁଝିବା ସହଜ ନୁହେଁ ।

ଯିଏ ବୁଝିଲା ସେ ବି ଦ୍ଵନ୍ଦରେ

ଆଉ ଯିଏ ନବୁଝି ପାରିଲା

ସେ ଅନ୍ଧାରରେ ।


ନାଁ ମୁଁ ବ୍ୟସ୍ତ ନା ବିବ୍ରତ

ନାଁ ମୁଁ କ୍ରୋଧିତ ନା ଶାନ୍ତ

ତଥାପି ମୋ ଆଖି

ଏବେ ସଭିଙ୍କ ନଜରରେ ।


ସିଦ୍ଧେଶ୍ବର


Rate this content
Log in