ଅବଲୁପ୍ତ ପ୍ରେମର ଫସଲ
ଅବଲୁପ୍ତ ପ୍ରେମର ଫସଲ
1 min
4.5K
ଅବଲୁପ୍ତ ପ୍ରେମର ଫସଲ
ମୁଁ ଏମିତି ଉଜୁଡା ଫସଲ
ତୁମେ ଏକ ଅଦିନିଆ ବଢି
ମୋ ଅସ୍ତିତ୍ବ ଆଜି ଲୁପ୍ତପ୍ରାୟ
କୋହ ଭରା ପଟୁମାଟି ଚଢି ।
ଅତୀତରେ ଆସିଥିଲ ତୁମେ
ଟପଟପ ବରଷା ଟୋପାରେ
ଶାଖା ମେଲି ଝୁମି ଉଠିଥିଲି
ଧୀରେ ଧୀରେ ତୁମ ପରଷରେ ।
ବାରବାର ତୁମରି ପରଷେ
ଫୁଟିଥିଲା ପ୍ରେମ ଫୁଲକଢ଼ି
ମୁଁ ଏମିତି ଉଜୁଡା ଫସଲ
ତୁମେ ଏକ ଅଦିନିଆ ବଢି ।
ଅମୃତର ସୁଆଦ ଚଖାଇ
ଶେଷେ ମୋତେ ଦେଇଗଲ ବିଷ
ଫଳ ବିନା ଗଛ ମଉଳିଲା
ରହିଗଲା ଗୋଟେ ଅବଶୋଷ ।
ମାରିଦେଲ ଏମନ ଚାଷୀକୁ
ସାରାବର୍ଷ ଦେଲଗୋ ଉଜାଡ଼ି
ମୁଁ ଏମିତି ଉଜୁଡା ଫସଲ
ତୁମେ ଏକ ଅଦିନିଆ ବଢି ।
ସିଦ୍ଧେଶ୍ବର ତ୍ରିପାଠୀ
8018646704
