STORYMIRROR

Sidheswar Tripathy

Others

2  

Sidheswar Tripathy

Others

ପ୍ଲିଜ କଲ ମି

ପ୍ଲିଜ କଲ ମି

1 min
808




ଜାଗାଟିକେ ନଦେଲେ ନଦିଅ ପଛେ

ତୁମ ହୃଦୟରେ

ମୋ ନାଁ ନଲେଖ ପଛେ

ତୁମ ସିଂଥି ସିଦୂରରେ ।


ଶଙ୍ଖା ଦୁଇପଟ

ମୋ ପାଇଁ ନପିନ୍ଧିଲ ନାଇଁ

ମୋ ଏରୁଣ୍ଡି ନଡେଉଁ ପଛେ

ତୁମ ପାଦେ ଅଳତା ଲଗେଇ ।


ସଞ୍ଜ ଗଡ଼ିଗଲା ପରେ

ସଞ୍ଜବତୀ ଟିଏ

ନଜାଳ ପଛକେ ମୋ ଅଗଣା

ଚଉରା ମୂଳରେ।


ନହେଲେ ନହୁଅ ପଛେ

ସାତ ଜନମର ସାଥୀ

ମୋ ସାଥେ ନବିତୁ ପଛେ

ତୁମ ମଧୁରାତି ।


କଥା ପଦେ କୁହ ପ୍ରିୟା ମୋର

ଜୀବନର ଅନ୍ତଅଛି

ଅନ୍ତ ନାହିଁ ଏଇ ମୋ ପ୍ରେମର ।


ସିଦ୍ଧେଶ୍ବର ତ୍ରିପାଠୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍