STORYMIRROR

Sidheswar Tripathy

Others

2  

Sidheswar Tripathy

Others

ଖଣ୍ଡି ଓଡ଼ିଶାର କଥା-୧

ଖଣ୍ଡି ଓଡ଼ିଶାର କଥା-୧

1 min
723




ସାରା ଓଡ଼ିଶାରେ ଚହଳ ପଡିଛି

ଶାସନ କଳବି ଢିଲା

ଉତ୍ତରଠୁ ପୂର୍ବ ପଶ୍ଚିମ ଦକ୍ଷିଣ

ଚାରିଆଡେ ଠିଆ ପାଲା


ଗୁଡ଼େ ଖୋଜୁଛନ୍ତି କୋଶଳ ରାଇଜ

ଗୁଡ଼େ ଖୋଜୁଛନ୍ତି ନୂଆ ଜିଲ୍ଲା

ନାଇଁ ନାଇଁ କଣ ଆଲୁଅ ହେଲା

ଏଠି ଦଇତାପତିଙ୍କ ଦାରୁ ଫିକ୍ସିଂରେ

ଦିନେ ଦାରୁ ପଡିଥିଲା ପୋଲା ।


ହାଇକୋଟର ସ୍ଥାୟୀ ବେଞ୍ଚ ପାଇଁ

ନେତାଠୁ ଜନତା ବାଇ

କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସବୁ

କ୍ୟାମେରା ଆଗରେ ରହି


କହିଲେ କହିବ କହି

ନକହିଲେ କଥା ଚଳଇ ନାହିଁ ଲୋ

ନିର୍ବାଚନ ଖରା ମାରେ ଚାଇଁ ଚାଇଁ ।


ମୋ ଗାଁ' ଗୋବରା ବିକୁଥିଲା ବରା

ଏବେ ରାଜନୀତିରେ ତା ଲୟ

ଗୁଡାଏ ଟୋକାଙ୍କୁ ଧରି କହିଲାଣି

ମୋ ଗାଁ' କୁ ଜିଲ୍ଲାର ମାନ୍ୟତା ଦିଅ

ମୋ ଗାଁ' କୁ ଜିଲ୍ଲାର ମାନ୍ୟତା ଦିଅ


କର ଯେତେ ମାଡ ଗଡି

ରାସ୍ତାରେ ଟାୟାର ପୋଡି

ନାହିଁ କିଛି ଡର ଭୟ


ତୁମ ଦିଚାରିଟା ଶ୍ରାଦ୍ଧ ସରିଥିବା

ଆସିଲା ବେଳକୁ ନ୍ୟାୟ

ତୁମ ଦି ଚାରିଟା ଶ୍ରାଦ୍ଧ ପଡିଥିବ

ଆସିଲା ବେଳକୁ ନ୍ୟାୟ

ଆସିଲା ବେଳକୁ ନ୍ୟାୟ----------



ନିରିବୁଦ୍ଧିଆ ସିଦ୍ଧିଆ

କିରଙ୍ଗେ କୁଣ୍ଡାଇଲ ଗୋ

ଖୁର ଧାରେ ଧାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍