STORYMIRROR

Surjyakanta Dash

Romance Classics

3  

Surjyakanta Dash

Romance Classics

ତୁମ ସାଥେ ଯିବା ପାଇଁ ମୁଁ ଖାଲି ଏଠି ଅଛି ଜିଇଁ

ତୁମ ସାଥେ ଯିବା ପାଇଁ ମୁଁ ଖାଲି ଏଠି ଅଛି ଜିଇଁ

1 min
214


ଗଲ କି ତୁମେ ମୋତେ ଶିଖାଇ

ଜୀବନରେ ଚାଲିବାକୁ ଏକା ଏକା

ଦେହରେ ଧଳା ବସନ ପିନ୍ଧାଇ

କାଢି ନେଲ ମୋ ସିନ୍ଦୂର ଶଙ୍ଖା ।୧।


ନେଇଗଲ ସବୁକିଛି ମୋ ଦେହରୁ

ତୁମ ଚାଲିଯିବା ପଥେ

କାଳେ କେବେ ଦେଖା ହେବ ମୋର

କହି ଗଲନି ତ ! ମୋତେ ।୨।


ତୁମ ସାଥେ ମୋର ସବୁ ଦୁଃଖ ସୁଖ

ଜଡିଥିଲା ଏହି ସଂସାରର

କେମିତି ମୁଁ ଏବେ ବଞ୍ଚିବି କୁହ

ହେବି କି ! ନାରଖାର ।୩।


ଏହି ବୟସରେ ଅବା କିଏ

ମୋତେ ସାହାରା ବା ଦେବ

ଦିନ ରାତି ମୋର ସୁଖ ଦୁଃଖ

କିଏ ବା ବୁଝିବ ।୪।


ଆସ ତୁମେ ଧନ ମୋର

ତୁମ ବାହୁକୁ ମେଲାଇ

ତୁମ ସାଥେ ଯିବା ପାଇଁ

ମୁଁ ଖାଲି ଏଠି ଅଛି ଜିଇଁ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance