ତୁମ ପ୍ରତିଶ୍ରୁତି
ତୁମ ପ୍ରତିଶ୍ରୁତି
ତୁମେ ଆଉ ତୁମ ପ୍ରତିଶୃତି
ମିଥ୍ୟା ବୋଲି ତ ନୁହେଁ ପ୍ରମାଣିତ,
କିନ୍ତୁ ସତ୍ୟତା ର ପରିଧି ଭିତରେ
କୁହ, ହୋଇ ପାରିବ କି ଉପସ୍ଥିତ????
ତୁମେ ଆଉ ତୁମ ଅନୁଭୂତି
ବଞ୍ଚିବାକୁ ଦିଏନା ମୋତେ ଏକାନ୍ତ,
କିନ୍ତୁ, ଜୀବନ ର କଣ୍ଟିଳ ପଥ କୁ
କୁହ, କରି କି ପାରିବ ପୁଷ୍ପିତ????
ତୁମେ ଆଉ ତୁମ ପ୍ରେମାନୁଭୂତି
ପ୍ରତି କ୍ଷଣେ କରେ ମୋତେ ଆହତ,
କିନ୍ତୁ, ଜୀବନ ରୁ ଜୁଇ ପରିଯନ୍ତେ
ପାରି ହେଲେ ହେବି ସତେ ତୃପ୍ତ l
ତୁମେ ଆଉ ତୁମ ପ୍ରତିଶୃତି.........
