STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

3  

ପ୍ରିୟଦର୍ଶିନୀ ମହାନ୍ତି

Abstract

ତୁମ ପରି ସାଥିଟିଏ

ତୁମ ପରି ସାଥିଟିଏ

1 min
444

ପୂଜା ପାଇଁ ଫୁଲଟିଏ

ସନ୍ଧ୍ୟା ପାଇଁ ଦୀପଟିଏ

ମୁଁ ଖୋଜୁଥିଲି ଠିକ୍ ତୁମ ପରି ସାଥିଟିଏ

 

ରାତି ପାଇଁ ଜହ୍ନଟିଏ

ଜହ୍ନ ପାଇଁ ଜୋସ୍ନାଥାଏ

ମୁଁ ଖୋଜୁଥିଲି ଠିକ୍ ତୁମ ପରି ସାଥିଟିଏ


ଆଖି ପାଇଁ ସ୍ବପ୍ନଟିଏ

ସ୍ବପ୍ନ ପାଇଁ ନିଦଟିଏ

ମୁଁ ଖୋଜୁଥିଲି ଠିକ୍ ତୁମ ପରି ସାଥିଟିଏ


ମୂର୍ତ୍ତି ପାଇଁ ସ୍ତୁତିଟିଏ

ଭକ୍ତି ପାଇଁ ଭାବଟିଏ

ମୁଁ ଖୋଜୁଥିଲି ଠିକ୍ ତୁମ ପରି ସାଥିଟିଏ


ରାଧା ପାଇଁ କୃଷ୍ଣ ଥାଏ

କୃଷ୍ଣ ବିନୁ ଅଧା ସିଏ

ମୁଁ ଖୋଜୁଥିଲି ଠିକ ତୁମ ପରି ସାଥି ଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract