STORYMIRROR

Sangita Mishra Satapathy

Abstract Children

4  

Sangita Mishra Satapathy

Abstract Children

ତୁମ ପରି ଛୋଟ ପିଲାଟିଏ

ତୁମ ପରି ଛୋଟ ପିଲାଟିଏ

1 min
249


ତୁମ ପରି ଛୋଟ ପିଲାଟିଏ 

କଲିକତାରେ ସେ ରହୁଥାଏ

ମାଆ ବିଲେ ବିଲେ ଡାକୁଥିଲେ

ସାଙ୍ଗ ମେଳେ ସିଏ ଖେଳୁଥାଏ ।୧

ସନ୍ଯାସ ଖେଳକୁ ଭଲ ପାଏ

ଖେଳୁ ଖେଳୁ ଧ୍ଯାନେ ହଜିଯାଏ

ସନ୍ଯାସୀ ଖେଳ ସେ ଖେଳୁଥିଲା

ଖେଳୁ ଖେଳୁ ଧ୍ଯାନେ ହଜିଗଲା ।୨

ସାପଟିଏ କାହୁଁ ଆସିଗଲା

ଚାରି ପାଖ ବୁଲି ଫେରିଗଲା

ବଡ ହେଲା ଦିନେ ସେହି ପିଲା

ସ୍ବାମୀଜୀ ନାମଟି ବୋଲାଇଲା । ୩.

ଉଠ ଜାଗ୍ରତ ଭାରତବାସୀ ଏ

କାନେ କାନେ ସିଏ କହିଗଲା

ବିଲେ ରୁ ବିବେକାନନ୍ଦ ହୋଇସେ

ବିଶ୍ବବିଜୟୀ ହୋଇଗଲା

ଦେଶ ଜାତି ଯଶ ରଖିଗଲା ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract