STORYMIRROR

Mr.GAGAN BIHARI NAYAK

Romance Fantasy Inspirational

3  

Mr.GAGAN BIHARI NAYAK

Romance Fantasy Inspirational

ତୁମ ପ୍ରେମ ...

ତୁମ ପ୍ରେମ ...

1 min
566


ତୁମ ପ୍ରେମ ନିରିମଳ 

ଗଙ୍ଗାଜଳ ।

ସେ ଜଳେ ମୁଁ ଧୁଏ ପାପ ମନମୋର। 

ଭଲ ପାଇବା ସୁଅରେ 

ଭାସିଗଲି ବହୁଦୂରେ

ସରଳ ମୋ' ତରଳିଆ ପ୍ରାଣ ମୋର ।


ପାହାଡ ଝରଣା ଭଳି 

ଯାଉଛି ଜୀବନ ଝରି

ଖାଇ ପଥରର ମାଡ

ତଥାପି ଯାଇନି ଡରି

କୁଳୁକୁଳୁ କଣ୍ଠେ ମୋର 

ମିଳନ ସଂଗୀତ ଭରି ।

ମିଶିବାକୁ ଇଛା ଭାରି

ସୀମାହୀନ ସାଗରର (୧)


ମନା ଏଠି ହସିବାକୁ

ମନ ଖୋଲି ଗପିବାକୁ

ହଜି ଯାଇଥିବା କିଛି

ମନା ଖୋଜି ପାଇବାକୁ 

ମନଭରି ଖୋଜେ ଆଜି

ସେ ହଜିଲା ଅତୀତକୁ।

ନିଜ ହାତେ ଭାଙ୍ଗି ଦେଲି ଗଢି ଥିବା ବାଲିଘର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance