STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Drama Romance

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Drama Romance

ତୁମ ପ୍ରେମ ଲାଗେ ମୋତେ

ତୁମ ପ୍ରେମ ଲାଗେ ମୋତେ

1 min
169

    

ତୁମ ପ୍ରେମ ଲାଗେ ମୋତେ

ଭାବ ଭାଷାର ସାହିତ୍ୟ ସାହିତ୍ୟ,

ଶବ୍ଦ ପଦର ସଂଯୋଜନାରେ

ଆଳଙ୍କାରିକ ସମ୍ଭାର ଭରିଥାଏ ଲାଳିତ୍ୟ।

ରୂପ ଗୁଣରେ ତୁମେ ପ୍ରକୃତିର ଛଅ ଋତୁ

ନବ ରସରେ ସିକ୍ତା ତୁମ ଅଙ୍ଗ ରଙ୍ଗ,

ମୃଦୁ ପବନର ହିଲ୍ଲୋଳ ତୁମ ଧିର ଚାଲି

ହସରେ ମୁନିଋଷି ଧ୍ୟାନ କର ଭଙ୍ଗ।

ତୁମ ପ୍ରେମ ଲାଗେ ମୋତେ

ଅଙ୍କ ସଂଖ୍ୟାର ଜଟିଳ ପାଟୀଗଣିତ,

ଭାବ ବିନିମୟେ ବ୍ୟବହାର କର ଚାରିସୂତ୍ର

ସମସ୍ୟା ସମୀକରଣରେ ରହି ନିୟମିତ।

ବୟସରେ ଯୌବନ ତୁମ ଅପରିମେୟ ସଂଖ୍ୟା

ଦଶମିକ ପୌନଃପୌନିକ କଠିନ ଭଗ୍ନାଂଶ,

ଐକିକ ଧାରା ଲାଭ କ୍ଷତିର ହିସାବ ତୁମେ

ଚକ୍ରବୃଦ୍ଧି ସୁଧରେ ବଢେ ତୁମ ଆଶା ବାରମାସ।

ତୁମ ପ୍ରେମ ଲାଗେ ମୋତେ

ଜଳଭାଗ ସ୍ଥଳଭାଗ ଆକାଶ ତତ୍ତ୍ଵର ଭୂଗୋଳ,

ଭୂଗୋଲକେ ଅକ୍ଷାଂଶ ଦ୍ରାଘିମା ମାନଚିତ୍ର ତୁମେ

ପ୍ରାକୃତିକ ସମ୍ପଦେ ଭରା ତୁମ ଭାଗ୍ୟ ଉଜ୍ଜ୍ୱଳ।

ଖଣିଜ ପଦାର୍ଥର ଗନ୍ତାଘର ତୁମ ଭବିଷ୍ୟତ

ଉତ୍ପାଦନେ ଶ୍ରମ ସାଧନା ତୁମର ସମ୍ବଳ,

ତୁମେ ପାଣିପାଗ ତାପମାତ୍ରା କର ନିୟନ୍ତ୍ରଣ

ବନ୍ୟା ବାତ୍ୟା ମରୁଡି ଥାଇ ବି କର ଅମଳ।

ତୁମ ପ୍ରେମ ଲାଗେ ମୋତେ

ଜନ୍ମ ଜନ୍ମ ଅତୁଟ ସଂପର୍କର ଏକ ଇତିହାସ,

ପରସ୍ପରର ମନ ପ୍ରାଣ ଆତ୍ମାର ବିନିମୟେ

ସୃଷ୍ଟି ହୋଇଛି ଆମର ଭରସା ବିଶ୍ଵାସ।

ସଭ୍ଯତାର ଉତ୍ଥାନ ପତନ ସାମ୍ରାଜ୍ୟ ବିସ୍ତାର

ଦିଗବିଜୟେ ଅଭିଯାନ ଆମ ଲକ୍ଷ୍ୟ,

ଅତୀତର ଐତିହ୍ୟ ସଂସ୍କୃତି ପୁନଃ ଆବିଷ୍କାର

ଆଗାମୀ କାଲିର ଦାୟାଦଙ୍କୁ କରିବାକୁ ଦକ୍ଷ।

ତୁମ ପ୍ରେମ ଲାଗେ ମୋତେ

ସବୁ ବିଷୟର ପ୍ରାସଙ୍ଗିକ ସୂଚୀପତ୍ର,

ପଠନେ ଅନୁଶୀଳନରେ ହୁଏନା ସମାପ୍ତ

ଯେତେ ଜାଣିଲେ ବୁଝିଲେ ବି ସିମୀତ ମାତ୍ର।

ଏଇ ପ୍ରେମ ପାଇଁ ଅର୍ଥନୀତି ରାଜନୀତି

ବିଜ୍ଞାନ ଦର୍ଶନ ତର୍କଶାସ୍ତ୍ରର ଯେତେକ ଜ୍ଞାନ,

ପଠନେ ମନନେ ଚିନ୍ତନେ କରି ତା' ପ୍ରୟୋଗ

ସରସ ସୁନ୍ଦର ମଧୁମୟ କରି ହୁଏ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama