STORYMIRROR

Hasyamayee Raj

Romance Others

2  

Hasyamayee Raj

Romance Others

ତୁମ ପାଇଁ

ତୁମ ପାଇଁ

1 min
547

ଭାବନାର ସ୍ତର

ଛୁଇଁ ଯାଏ

ପିଣ୍ଡରୁ ବ୍ରହ୍ମାଣ୍ଡ

ତା' ଭିତରେ

ତୁମେ ଆସ ବାରମ୍ଵାର,

ଚାହିଁଲେ ବି

ପାରେନାହିଁ ରୋକି ।


ମନର ଅଫୁରନ୍ତ ଜୁଆର

ଉଦ୍ ବେଳିତ ହୁଏ

ହୃଦୟର ବେଳାଭୂମି ଛୁଇଁ

କାହିଁକି ତୁମପାଇଁ ?

ତମେ ସତେ

ନିରାଶକ୍ତ, ନିର୍ବିକାର

ଏକ କ୍ଲାନ୍ତ ପଥିକ

ମୋ ମନ ପାନ୍ଥଶାଳାର ।

ତୁମର ସେ

ମନ୍ତ୍ର ମଧୁର ମୂର୍ଛନା

ତୋଳୁଥାଏ

ମୋ ଝୁରିବା ପଣର ଝାଉଁବଣ ।


ତୁମେ ମୋ ପାପର ନିସଙ୍ଗ ନିଡ

ଅବା ପୂଣ୍ୟର ଫଳ ଜାଣେନା,

ଅଥଚ

ମୋ ନିରବତାର ଗନ୍ଧ ଭିତରେ

ମୁଁ ବାରିପାରେ

କେବଳ ତୁମରି ସ୍ଵର

କାରଣ

ତୁମେ ମୋର

ନିଜଠୁବି ଆହୁରି ନିଜର।।



       ହାସ୍ୟମୟୀ ରାଜ୍

       ଓରାଳି, ହାଟଡିହି, କେନ୍ଦୁଝର ।


Rate this content
Log in

Similar oriya poem from Romance