STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ତୁମ ପାଇଁ ସାଇତା ଉକ୍ତି..

ତୁମ ପାଇଁ ସାଇତା ଉକ୍ତି..

1 min
11.6K

ତମର ମନେ ଅଛି କି ନାହିଁ ଜାଣିନି

କିଂତୁ ମୁଁ ଏବେବି ଘେରାଏ 

ବୁଲିଆସେ ବେଳ ଅବେଳାରେ 

ଏଇ ଯେମିତି ସକାଳ ର କୁହୁଡ଼ିରେ 

ଡହ ଡହ ଖରାବେଳେ 

ଆଉ ରିମଝିମ ବର୍ଷା ରେ

ସ୍କୁଟର ପଛରେ 

ତମ ସାର୍ଟ କଲର କୁ ଭିଡି ଧରି 

ଏଣୁତେଣୁ ଗପ ଭିତରେ 

ସନାତନ ର ଚାଟ 

ରୁପାଲୀ ଛକ ଗୁପଚୁପ 

ମୋ ଚାହା ପିଆ 

ଆଉ ତମ ବେପରୁଆ ଚାହାଣି 

କଲେଜ ର ଓଡ଼ିଆ କ୍ଲାସ 

ଆଉ ବିନା କାରଣରେ ଲାଇବ୍ରେରୀ କୁ

ଯିବା ଆଉ ଆସିଵା

ସବୁ ନିୟମ କାନୁନ ସେଇଠି ଫାଙ୍କା 

ଯେଉଠି ଥାଏ ତୁମ ଉପସ୍ଥିତି


କେଉଁଠି କେଜାଣି 

କେତେବେଳେ କେମିତି 

ତମେ ହଜିଗଲ 

ନୀରବତାର ଛକରେ 

ନିସ୍ତବ୍ଦ ଏକ ବେଳାରେ 

ଆଜି ବି ସେ ଛକ 

ବିଳାପି ଉଠେ 

ଥାଇ ଥାଇ ଗୁମୁରି କାନ୍ଦେ 

ଜାଣ ଅନବରତ କଥା କହୁଥିବା 

ଝିଅଟି ଆଜି କେମିତି 

ନିରବୀ ଯାଇଛି 

ସଦା ହସୁଥିବା ଚଂଚଳ 

ବାଳିକା ଟି ଦବି ଯାଇଛି 

ସତେ ଅବା ମୂର୍ତି ପାଲଟି ଯାଇଛି 

 ଠିକଣା ବଦଳି ଯାଇଛି 

ନୀରବତା ର ସହର ରେ 

ନିଶୁନ ଗଳି ରେ ବାନ୍ଧିଛି ଘର 

ଜୀବନର ସମସ୍ତ ସଂଚିତ 

ଚିଜ ଦେଇ କାଙ୍ଗାଳ ହେଇଛି

ହେଲେ

ଆଜିବି ବଂଚିଛି 

ଖାସ ତମ ପାଇଁ 

କେବଳ ତମ ପାଇଁ 

ଏଇ ଆଶାରେ 

ଜୀଵନେ ଥାଉ ଥାଉ 

ଲାଲ ଗୋଲାପ ଟିଏ

ନଦେଲ ନାହିଁ

ସଫେଦ ଗୋଲାପ ସ୍ତବକ ଟିଏ 

ଥୋଇଦେବ ବିନା ପ୍ରତିକ୍ରିୟା ରେ 

ମୋ କବର ପରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract