STORYMIRROR

Dipti lekha Mishra

Romance Tragedy

3  

Dipti lekha Mishra

Romance Tragedy

ତୁମ ପାଇଁ -୮

ତୁମ ପାଇଁ -୮

1 min
293

ଆଜି ବି ମୋତେ ଚିହ୍ନି ପାରିଲନି

ଏତିକି ମୋର ଦୁଃଖ

ମୋ କଥାର ଅର୍ଥକୁ ଅନର୍ଥ

କରି କି ଲାଭ ପାଉଛ ଯେ

ମୋ ଆଡେ ଥରେ ତ ଦେଖ

ମୋ ଭଲ ପାଇବା ବୁଝ

ମୋ ପବିତ୍ରତାକୁ ପରଖ

ମୋତେ ଭୂଲ ବୁଝନା କିନ୍ତୁ

ମୋ ହୃଦୟ ଚିରି ହେଇ ଯାଉଛି ।


ମୋତେ କଥା ଦେଇଥିଲ

ମୋ ହାତ ଧରି ନେବ

ମୋ ମଥାରେ ସିନ୍ଦୁର ଦେବ

ମୋ ହାତକୁ ଦୁଇପଟ ଶଙ୍ଖା

ମୋ ପାଦରେ ପାଉଁଜି ଆଉ

ବେକରେ ମଙ୍ଗଳସୂତ୍ର ।


ମୁଁ ତୁମଠାରୁ ଏ ସବୁ ଚାହେଁ

ମୋତେ ଭୂଲ ବୁଝିବନି

ମୁଁ ଯାହା ବି କହିଛି ତୁମ ଭଲ ପାଇଁ

ଯାହା ବି କରୁଛି ତୁମ ଭଲ ପାଇଁ

ଥରେ ମୋତେ ଚିହ୍ନିବାକୁ ଚେଷ୍ଟା କର

ମୋ ପ୍ରେମକୁ ଧୂଳି କର ନାହିଁ

ମୋ ହାତ ଛାଡ ନାହିଁ

ଏତିକି ହିଁ ମୁଁ ତୁମ ଠାରୁ ଚାହେଁ

ଏ ଆଶା ମୋର ମାରିଦିଅନି

ମୋତେ ତୁମେ ଭୂଲ ବୁଝନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance