STORYMIRROR

Dipti lekha Mishra

Abstract Romance

3  

Dipti lekha Mishra

Abstract Romance

ତୁମ ପାଇଁ ‐୫

ତୁମ ପାଇଁ ‐୫

1 min
342

ଆକାଶେ ସିନ୍ଦୂରା ଫାଟିବା ଆଗରୁ

ଗୋଠକୁ ଗାଈ ଯିବା ଆଗରୁ

ତୁମ ପାଇଁ ମୁଁ ଚେଇଁଗଲିଣି

ଆଜି ବି ଆମ ପ୍ରେମ ଜାଗାରେ

ଅପେକ୍ଷାରତ ମୁଁ ସତରେ

ହେଲେ ତୁମ ଦେଖା ମିଳୁନାହିଁ

ତୁମେ ମୋତେ ଭଲ ପାଅ କି ନାହିଁ

ନାସ୍ତି କଥା ଭାବି ଜିଇଁ ଥାଇ ମରୁଛି

ତୁମକୁ ମୁଁ କେତେ ଝୁରୁଛି ଏ କଥା

ତୁମେ ବୁଝିଛ କି ନାହିଁ

ଜାଣିବାକୁ ମୁଁ ଆଜି ବି ଅପେକ୍ଷାରତ ॥


ସୂରୁଜ ଉଇଁବା ଠାରୁ ଜହ୍ମ

ନଈଁବା ଯାଏଁ ମୁଁ ବସିଛି

ତୁମ କଥା ଭାଳି ଭାଳି

ପ୍ରତି କ୍ଷଣରେ ତୁମ କଥା

ତୁମ ହସ ଆଉ ଚୁମ୍ବନ

ଆସେ ମୋ ମନରେ

ନାଚି ଉଠେ ଏ ବେନି ନୟନରେ

ତୁମେ ତଥାପି ଆସିନାହଁ

ଏବେ ବି ମୁଁ ଅପେକ୍ଷାରତ ।


ତୁମେ ମୋତେ ଧୋକା ଦେବ ଭାବିଛ

ନା ମୋ ସହ ଚାଲବା ପାଇଁ ଚାହୁଁଛ

ଏ କଥା ମୁଁ ଜାଣି ପାରୁ ନାହିଁ

ତୁମ ହୃଦୟର ମନ୍ଦିରରେ ମୋତେ

ରଖିଛ କି ନାହିଁ କେବେ ଜାଣେନି

ତଥାପି ବି ମୁଁ ଅପେକ୍ଷାରତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract