ତୁମ ନୀରବତା
ତୁମ ନୀରବତା
ତୁମ ନୀରବତା
ସୂଚାଇଥାଏ ତୁମ ହୃଦୟ ର
ମିଳନ ବିରହର କେତେ କଥା
ପ୍ରେମ ପ୍ରଣୟର ଗୀତି କଥା
ସମ୍ଭାବନା ତୁମ ପ୍ରେମ ପ୍ରଣୟର
କେତେ କେତେ ସ୍ମୃତି କଥା ।
ତୁମ ନୀରବତା
ବତାଇଥାଏ ମୋ ହୃଦୟ ର
ମୋ ଜୀବନ ର ଇତି କଥା
ଆମ ଦୁହିଁଙ୍କ ର ସଫଳତା
ଆମ ଜୀବନର ଅପାରଗତା ।
ତୁମ ନୀରବତା
ବଖାଣୁ ଅଛି ଅନେକ କଥା
ଶୁଭ ଅଶୁଭ ହସ ଲୁହର
କେତେ କେତେ ଭୀତି କଥା
ତୁମ ଅନ୍ତର ବେଦନା ର
ଗହନ ବ୍ୟଥା
ଅତୀତ ପ୍ରତାରଣାର
ବେଦନା ଗାଥା ।
ତୁମ ନୀରବତା
ତୁମ ମୁଖ ମଣ୍ଡଳେ
ପରିସ୍ଫୁଟିତ କରୁଛି
ନାନା ବେଦନା ସିକ୍ତ
ଅନୁଭୂତି ଓ ଅନୁଚିନ୍ତା
ହସ ଲୁହ ଦୁନିଆଁରେ
ତୁମେ ହିଁ ଅଟ ଅପରାଜିତା।
ତୁମ ନୀରବତା
ଦେଖାଉଛି ସତେ
ଶାନ୍ତି ମୈତ୍ରୀ ଏକତା ଓ ଏକାଗ୍ରତା
ସବୁ ନାହିଁ ନାହିଁରେ
ଶାନ୍ତସ୍ନିଗ୍ଧ ମୁଖେ ଦିଶେ
କେତେ କେତେ
ଅତୀତ ର ଚପଳତା
ହୃଦୟେ ତୁମର କେତେ କୋମଳତା
ପ୍ରିୟଜନ ମାନଙ୍କ ପାଇଁ
ମନ ହୃଦେ ତବ କେତେ ସୁନ୍ଦରତା ।
ସର୍ବଗୁଣ ସମ୍ପନ୍ନା ହୋଇ ମଧ୍ୟ
ମନେ କେବେ ନ ଆସେ
ତୁମ ଗର୍ବ ଅହଙ୍କାର ର କଟୂ କଥା
ପ୍ରେମର ସ୍ବରୂପେ ତୁମ
ରଖିଛ କେତେ ମହନୀୟତା
ରୂପ ରାଇଜର ରାଜ ଜେମା ତୁମେ
ଏ ବ୍ୟର୍ଥ ପ୍ରେମିକ ର
ଶୁଣି ପାରୁନ କି ହୃଦୟର ବ୍ୟଥା
ସବୁ ଜାଣି ସବୁ ଶୁଣି
ସୌନ୍ଦର୍ଯ୍ୟ ରାଣୀ ମୋ'ର
ସଦା ସର୍ବଦା କିମ୍ପା ଦେଖାଅ
ତୁମେ ତୁମ ନୀରବତା ?
