STORYMIRROR

Jagannath Barik

Inspirational

3  

Jagannath Barik

Inspirational

ତୁମ ନୀରବତା

ତୁମ ନୀରବତା

1 min
309

କିମ୍ପା ତୁମ ନୀରବତା

ତୁମ ମନ କଥା

ତୁମ ହୃଦବ୍ୟଥା

ଭାବିଲେ ଘୂରେ ମୋ ମଥା |


କେଡ଼େ କର୍ମମୟ ଚଳ ଚଞ୍ଚଳ

ତୁମ ହସହସ ମୁଖ କମଳ

ତୁମ ମନ୍ଦ ଭାଷ ତୁମ ପରିହାସ

ଭରୁ ଥିଲା ମାଦକତା

କିମ୍ପା ତୁମ ନୀରବତା |


ଏତେ ବଡ଼ ପରିବାର

ପିତାମାତା ଭ୍ରାତା

ଭଗିନୀ ଜାମାତା

ପୁତ୍ର ପତ୍ନୀ ଉପଚାର |


ପୁତୁରା ଝିଆରୀଙ୍କର ଯତନ

ନାହିଁ ଆତ୍ମ ପର ସମ ଦର୍ଶନ

ଭାଇରେ ମମତା ବାନ୍ଧବେ ବ୍ୟବସ୍ଥା

ନାବେ ଥିଲ କର୍ଣ୍ଣଧାର

ଏତେବଡ଼ ପରିବାର |


ଲୋଭ ସ୍ୱାର୍ଥଠାରୁ ଦୂର

ନିଜେ ଜଳିଜଳି

ଦୀପ ଶିଖା ପରି

ଆନେ ଥିଲ ଅନୁକୂଳ


ସାଜିଥିଲ ଗାଆଁ ମଉଡମଣି

ନ୍ୟାୟ ନିରପେକ୍ଷ ତୁମ ଚଳଣି

କିମ୍ପାଇ ମଉନ ସଭାକୁ ଯାଉନ

ସମ୍ମାନ କେ କଲା ଜୁର

ଲୋଭ ସ୍ୱାର୍ଥଠାରୁ ଦୂର |


ପ୍ରକାଶ ମନର ଦୁଃଖ

କାହାର ଦୂଷଣ

ଦେଲା ଏ କଷଣ

ମ୍ଳାନ କଲା ଚନ୍ଦ୍ରମୁଖ |


ଭାତୃ ଭାତୃବଧୂ ବନ୍ଧୁ ବାନ୍ଧବ

ପୁଅ ପୁତୁରା କି କଲେ ଅଭାବ

କିବା ମୁଁ ପାପିନୀ ସାଜିଲି ଡାକିନୀ

ମନେ ଲଭିଲ ଅସୁଖ

ପ୍ରକାଶ ମନର ଦୁଃଖ |


ଭାଇ ଆଜି ସାତପର 

ସାତ ଜନମର

ତପସ୍ୟାର ଫଳ

ଶୁଝାଇ ଦେଲା ବାକ୍ୟର |


ପୁତୁରା ତା ସାଥେ ଉଠେ କୁହାଟି

ତା କଟୁ ବଚନ ଛାତିରେ ଲାଠି

କହେ ସ୍ୱାର୍ଥପର ପାତର ଅନ୍ତର

କରି ବୋଲା ପାରିବାର

ଭାଇ ଆଜି ସାତପର |


ଛାତି ଯିବ ମୋର ଫାଟି

ନିଜ ଲୋକ ଯେବେ

ନବୁଝିଲେ ତେବେ 

କା ଆଗେ ଖୋଲିବା ପାଟି |


ଜୀବନଯାକର ଶ୍ରମର ମୂଲ୍ୟ

ପଦିଏ ଗାଳିକୁ ନହେବ ତୁଲ

ଆପଣା ମହତ ଦାଣ୍ଡେ ଉପଗତ

ମହତ ହୋଇବ ମାଟି

ଛାତି ଯିବ ମୋର ଫାଟି |


Rate this content
Log in

Similar oriya poem from Inspirational