STORYMIRROR

Samar Ballav Bhoi

Abstract Romance Inspirational

4  

Samar Ballav Bhoi

Abstract Romance Inspirational

ତୁମ ନୀରବତା

ତୁମ ନୀରବତା

1 min
515

ହୃଦୟେ ରଖିଲି ତୁମ ପ୍ରତିଛବି

ଭାବିଥିଲି ତୁମେ ଅତି ଆପଣାର

ତୁମ ନୀରବତା ପ୍ରଶ୍ନରେ ରହିଲା

ଖୋଜୁଛି ଭାବୁଛି ତୁମକୁ ବାରମ୍ବାର ।


ସପନ ରାଇଜେ ଘର କରିଥିଲି

ତୁମ କଥା ମନେ ଭାବି ଭାବି

ମନର ଅତିଥି ତୁମେ ପ୍ରୀତି ସାଥି

ତୁମ ନୀରବତା ଭଙ୍ଗ ମୁଁ କରିବି ।


ତୁମ ରୂପ ଗୁଣ ଚରିତ୍ର ଦେଖିଲି

ଭଲ ବୋଲି ହୃଦୟେ ଆଦରି ନେଲି

କେମିତି କେଜାଣି ଭୁଲ୍ ବୁଝି ଦେଲ

ତୁମ ନୀରବତା ଯୋଗୁଁ ଗଲ ଭୁଲି ।


ଗୋଲାପ ଫୁଲଟା ନୁହେଁ ସୁବାସିତ 

ରୂପ ଲାବଣ୍ୟ ଅତ୍ୟନ୍ତ ସୁନ୍ଦର 

ତା କଣ୍ଟା ଆଘାତେ ହୃଦୟ ଟା ମୋର 

ଭାଙ୍ଗିଗଲା ତୁମ ବିରହ ଯନ୍ତ୍ରଣାର

ସତେ ଥିଲା ସେ ହୃଦୟ ର କାଚଘର ।


ତୁମ ନିରବତା ହୃଦୟେ ଭରିଲା 

ପ୍ରେମ ସ୍ନେହ ଆଉ ଉନ୍ମାଦତା 

ବିଶ୍ୱାସ ରାସ୍ତାର ହୋଇ ମୁଁ ପଥିକ

ହରାଇ ବସିଛି ମୋ ଜୀବନ ସତ୍ତା ।


ବ୍ୟଥା ଅପବାଦ ଦୁଃଖ ଯନ୍ତ୍ରଣାରେ

ନିଜକୁ ତଉଲେ ମୁଁ ପ୍ରତିଦିନ

ତୁମ ପ୍ରତାରଣା ମୋ ପାଇଁ ଯନ୍ତ୍ରଣା

ଭାବୁଛି ମୁଁ ବସି ରାତି ଦିନ ।


ପ୍ରୀତିର ଫଗୁଣ ଖୋଜୁଛି ଅଭିର 

‌ହୃଦୟେ ଲାଗୁନି ତୁମ ଭାବନା ରଙ୍ଗ

ବରଷା ବତାଷି ସବୁବି ଅସ୍ଥିର

ପ୍ରକୃତି କରୁଛି ମୋତେ କେତେ ବ୍ୟଙ୍ଗ ।


ଜହ୍ନର ଜୋଛନା ଖୋଜୁଛି ତୁମକୁ

ମୋ ସାଥିରେ ଦେଖିବା ପାଇଁ

ଗାଁ ଆମ୍ବ ତୋଟା ଆଉ ନଈପଠା

ଝୁରୁଛି ତୁମକୁ ଆପଣା କରିବା ପାଇଁ ।


ମନରେ ନରଖି ଅବାଟେ ଚାଲିଲ

ମୋ ହୃଦୟ କୁ ଦେଲ ଭାଙ୍ଗି

ଭଙ୍ଗା ହୃଦୟ କୁ ସାଥେ ଧରି ମୁହିଁ

ସପନ ଦେଖିବି ଆଉ କାହାପାଇଁ ।


ତୁମ ନୀରବତା ମୋ ପାଇଁ କବିତା

ଲେଖୁଅଛି ମୁଁହିଁ ରହି ରହି 

କେବେ ତୁମ କଥା ହସରେ ଫୁଟିବ

ଅପେକ୍ଷା ରେ ଅଛି ସହି ସେହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract