STORYMIRROR

Subhalaxmi Nayak

Abstract

4  

Subhalaxmi Nayak

Abstract

ତୁମ ନୀରବତା

ତୁମ ନୀରବତା

1 min
491

କେବେ ଶୁଣିଛ?

ଗହନ ବନରେ ଗଛମାନଙ୍କର କୋଳାହଳ

କେବେ ଦେଖିଛ?

ଦିଗନ୍ତ ବିସ୍ତୃତ ମରୁଭୂମିରେ ସମତଳ

କେବେ ମାପିଛ?

ଅମାବାସ୍ୟା ରାତିରେ ଶୂନ୍ୟତାର ବହଳ

କେବେ ଜାଣିପାରିଛ?

ସାଗରେ ସଙ୍ଗମ ପରେ ନଦୀର ଜଳ

ଏସବୁ ପ୍ରଶ୍ନର ଉତ୍ତର ଥରେ

ପଚାରି ଦେଖ ଗୋଟିଏ କବିକୁ....

ତାର ଅନ୍ତର୍ମନର କୋଳାହଳ କହିଯିବ

ଗୋଟି ଗୋଟି କରି ଶବ୍ଦ ଆକାରରେ

କିନ୍ତୁ ଗଭୀର ନୀରବତାରେ ଭରି ଯିବ ତୁମେ

ତୁମ ଉତ୍ତର ପାଇଗଲା ପରେ।


ନୀରବତାର ତାତ୍ପର୍ଯ୍ୟ ବୁଝିବାକୁ ହେଲେ

ଏକାନ୍ତରେ କେବେ ଭେଟିନିଅ ନିଜକୁ

ସମ୍ପର୍କରେ ଯେବେ ନୀରବତା ରାଜୁତି କରେ

ମନରେ କେତେ ଯେ ଜୁଆର ଭଟ୍ଟା ଉଠେ

ଆଉ ତୁମେ କହୁଛ!

ତୁମ ନୀରବତା ତୁମ ଧୈର୍ଯ୍ୟଚ୍ୟୁତିର 

ପ୍ରଥମ ଆଭାସ....

ହଁ, ବେଳେ ବେଳେ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ

ତୁମ ନୀରବତା ହିଁ ଶତ ଗୁଣେ ଶ୍ରେୟସ୍କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract