STORYMIRROR

Kali Kumar

Abstract Others

3  

Kali Kumar

Abstract Others

ତୁମ ନିଃସଙ୍ଗତା

ତୁମ ନିଃସଙ୍ଗତା

1 min
211

ତୁମ ନିଃସଙ୍ଗତା ନୀରବରେ ଯେବେ

ଅନୁଭବ ହୁଏ ମତେ,

ଅସଂଖ୍ୟ ଲହଡ଼ି ଘର ତୋଳିନିଏ

ମନ ସମୁଦ୍ରେ ତୁରିତେ ।୧।

ଲହଡ଼ି ଯେତକ ଆନ୍ଦୋଳିତ କରେ 

ମନ ପ୍ରାଣକୁ ଯେ ମୋର,

ନୀରବେ ସଂଭ୍ରମେ ତୁମ ନିଃସଙ୍ଗତା

ମନ ତଳେ ତୋଳେ ଘର ।୨।

ଘର ନୁହେଁ ସେ ତ ପ୍ରେମର ସୌଧଟି

ଆବେଗେ ହୋଇଛି ପୂର୍ଣ୍ଣ,

ସେ ଘର ଖଣ୍ଡିକ ତୁମ ସ୍ମୃତି ଧାରେ

ସର୍ବଦା ରହୁ ଅକ୍ଷୁର୍ଣ୍ଣ ।୩।

ସ୍ମୃତି ନିର୍ଝରିଣୀ ଅବ୍ୟାହତ ରହେ

ନିଃସଙ୍ଗତା ସାଥେ ନେଇ,

ତୁମେ ଲୁଚିଯାଅ ସ୍ମୃତି ପଟ୍ଟଳରେ

ପ୍ରେମ ପୀୟୂଷ ଝରେଇ ।୪।

ପ୍ରେମର ସାଗରେ ବୁଡ଼ି ମୁଁ ସାରିଛି

ତୁମ ନିଃସଙ୍ଗତା ନେଇ,

ବିଚ୍ଛେଦ ସହଇ ସମର୍ପି ନିଜକୁ

ବିରହୀ ପ୍ରେମିକ ହୋଇ ।୫।

କ୍ରୁର ଅତ୍ୟାଚାରୀ ତୁମ ନିଃସଙ୍ଗତା

ନୀରବେ ଦଂଶଇ ମତେ,

ପିପାସି ସାଜି ସେ ଶୋଷଣ କରୁଛି

ଆଖିର ନିଦକୁ ଯେତେ ।୬।

ନିଦ ହଜିଗଲେ ତୁମ ସ୍ୱରୂପ ଯେ

ନାଚି ଉଠେ ଆଖି ଆଗେ,

ନୀରବତା ଭେଦି ତୁମ ନିଃସଙ୍ଗତା

ଆପଣା ଆପଣା ଲାଗେ ।୭।


Rate this content
Log in

Similar oriya poem from Abstract