STORYMIRROR

Biswaranjan Mohanty

Inspirational

3  

Biswaranjan Mohanty

Inspirational

ତୁମ କରୁଣାର

ତୁମ କରୁଣାର

1 min
225


ଲିଭି ଯାଇଛି ଆଲୋକ 

ସବୁ ଅନ୍ଧକାର 

ଏ ଘଟ ପୂରିବା ପାଇଁ 

ପାଉନି ମୁଁ ଝର 

ନିତି ମୁଁ ଖୋଜଇ କେତେ 

ଦିଗ ଦିଗବଳୟେ 

ନ ଦିଏ କେ ସାମାନ୍ୟ ସାନ୍ତ୍ୱନା 

ନାହିଁ ଚନ୍ଦ୍ର, ନାହିଁ ତାରା 

ନାହିଁ ସୂର୍ଯ୍ୟାଲୋକ 

ବର୍ଷା ର ବି ନାହିଁ ସମ୍ଭାବନା 

ତୁମରି ଇଛାରେ ଆସେ 

ପରିପୂର୍ଣ୍ଣ ଝଡ଼ 

ବଜ୍ରନାଦ ସହିତ ତାଣ୍ଡବ 

ପ୍ରବଳ ବେଗରେ ମନ୍ଥି 

ଦିଏ ହୃଦୟକୁ 

ଯନ୍ତ୍ରଣା ତା ଦେଇ ଅସମ୍ଭବ 

ପରିପୂର୍ଣ୍ଣ କରିବାକୁ 

ସେ ଘଟ ମୋହର 

ନୟନରୁ ବହେ ଅଶ୍ରୁ ଧାର 

ସେହି ଧାରେ ହୋଇଯାଏ 

ସେ ଘଟ ପ୍ଳାବନ 

ସତେ ଅବା ତୁମ କରୁଣାର ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational