ତୁମ କବିତା ଆଉ ମୋ ଗଳ୍ପ
ତୁମ କବିତା ଆଉ ମୋ ଗଳ୍ପ
ଅଦିନିଆ ଲଘୁଚାପ ଆସିଗଲେ
ସତ ନୁଁହଇ ମୋ ଗପ
ତୁମେ ଲେଖୁଥିବା କବିତା ସବୁରେ
କରୁଣ କାବ୍ୟରୁପ
ଗପ ଯଦି ମୋର ସୁମଧୁର ସଂଳାପ
ତୁମ କବିତାରେ ପ୍ରୀତିର ଅପଳାପ
ଅନୁରାଗ ତୁମ ଗୀତ କବିତାରେ
କରିଛି ମତେ କଳା ଘୁମର ମେଘ
ମୋ ଗଳ୍ପ ର ଯେତେ ନିରୀହ ଚରିତ୍ର
ଭିଜେଇ କହନ୍ତି ଦେବାକୁ ଅନୁରାଗ
ବର୍ଷା ପଡିଲେ କାଗଜଡ଼ଙ୍ଗା ମନେପଡେ
ଗଳ୍ପରେ ଆସେ ପିଲାଦିନ
ବର୍ଷା ଆସିଲେ ଅମାନିଆ ହୁଏ ମନ
ଭିଜିବାକୁ କବିତା ଭିତରେ ରାତିଦିନ
ଅଳପ ରେ ସବୁ ଆଳାପ ସରେ
ଗପ ମୋର ଅସରନ୍ତି
କବିତାରେ ତୁମ ଆଷାଢ଼ ପଂକ୍ତି
ମୋ ଗଳ୍ପ ରେ ବର୍ଷାରାତି
ପଲାଶ ଅବା ପାରିଜାତ ଆଣି
ଗଳ୍ପ ରେ ସଜାଏ ପ୍ରୀତି
କବିତାରେ ତୁମ ଚୋରା ଚଇତାଳି
ମାଳୟର ଚୋଗୀ ଗୀତି l
,,
