STORYMIRROR

Sunanda Mohanty

Action Inspirational Others

4  

Sunanda Mohanty

Action Inspirational Others

ତୁମ କବିତା ଆଉ ମୋ ଗଳ୍ପ

ତୁମ କବିତା ଆଉ ମୋ ଗଳ୍ପ

1 min
317

ଅଦିନିଆ ଲଘୁଚାପ ଆସିଗଲେ 

ସତ ନୁଁହଇ ମୋ ଗପ 

ତୁମେ ଲେଖୁଥିବା କବିତା ସବୁରେ 

କରୁଣ କାବ୍ୟରୁପ 

ଗପ ଯଦି ମୋର ସୁମଧୁର ସଂଳାପ 

ତୁମ କବିତାରେ ପ୍ରୀତିର ଅପଳାପ 

ଅନୁରାଗ ତୁମ ଗୀତ କବିତାରେ 

କରିଛି ମତେ କଳା ଘୁମର ମେଘ 

ମୋ ଗଳ୍ପ ର ଯେତେ ନିରୀହ ଚରିତ୍ର 

ଭିଜେଇ କହନ୍ତି ଦେବାକୁ ଅନୁରାଗ 

ବର୍ଷା ପଡିଲେ କାଗଜଡ଼ଙ୍ଗା ମନେପଡେ 

ଗଳ୍ପରେ ଆସେ ପିଲାଦିନ 

ବର୍ଷା ଆସିଲେ ଅମାନିଆ ହୁଏ ମନ 

ଭିଜିବାକୁ କବିତା ଭିତରେ ରାତିଦିନ 

ଅଳପ ରେ ସବୁ ଆଳାପ ସରେ 

ଗପ ମୋର ଅସରନ୍ତି 

କବିତାରେ ତୁମ ଆଷାଢ଼ ପଂକ୍ତି 

ମୋ ଗଳ୍ପ ରେ ବର୍ଷାରାତି 

ପଲାଶ ଅବା ପାରିଜାତ ଆଣି 

ଗଳ୍ପ ରେ ସଜାଏ ପ୍ରୀତି 

କବିତାରେ ତୁମ ଚୋରା ଚଇତାଳି 

ମାଳୟର ଚୋଗୀ ଗୀତି l

,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action