STORYMIRROR

Tankadhar Majhi

Abstract

2  

Tankadhar Majhi

Abstract

ତୁମ ଇଛାକୁ ଲାଞ୍ଚ

ତୁମ ଇଛାକୁ ଲାଞ୍ଚ

1 min
316

ଭିଡ଼ ରାସ୍ତାରେ ନିବିଡ଼ ଭେଟ

ବାଧ୍ୟ କଲା ସାଥିଟିଏ ହେବାକୁ  

ଶେଷରେ

ତୁମ ଇଛାକୁ ଲାଞ୍ଚ ଦେଇ

ନିଜର କରିବାକୁ ସଂକଳ୍ପ ନେଇଛି


ତୁମ ନାହିଁର ଉତ୍ତର

ହଁ ଅପେକ୍ଷାରେ ବାକି ଅଛି

ବୁଝିବାକୁ ପ୍ରୟାସ କରିବ


ଯଦି ପ୍ରେମ ଦପ୍ତରରେ ଲାଞ୍ଚ ଚାଲେ 

ତେବେ ଲାଞ୍ଚ ଦେଇ ପାରିବି ହେଲେ

ମୁଁ ତମକୁ ଲାଞ୍ଚୁଆ କହିବିନି


ହଁ..ହଁ...

ଚାହିଦା ଅନୁଯାୟୀ ଦାବି କରିପାର

କିଛି ଅଧିକା କିଛି କମ୍ ମୂଲ୍ୟରେ 

ହେଲେ

ଠିକ୍ ହିସାବ ଦେବ ବୋଲି ଭାବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract