STORYMIRROR

Dr Susmita Dash

Fantasy Abstract

2  

Dr Susmita Dash

Fantasy Abstract

ତୁମ ଚିନ୍ତା ମାତ୍ରେ

ତୁମ ଚିନ୍ତା ମାତ୍ରେ

1 min
13.8K


କି ଆସକ୍ତି,

ପ୍ରେମ ନୁହେଁ,

ତ୍ୟାଗ ନୁହେଁ,

ହଠାତ୍ ଯେମିତି 

ରକ୍ତ ଧମନୀରେ ପ୍ରବାହିତ ହୁଏ,

ସତେକି କେଉଁ ଔଷଧର ପ୍ରଭାବ!

ତୁମ ଚିନ୍ତା ମାତ୍ରେ,

ମନ ଅସ୍ଥିର ହୋଇଯାଏ।

ସଂଯମତା ସଂଜ୍ଞା ଯାହାର,

ପ୍ରତିହତ କରିପାରେନା କିଛି,

ଦୃଢ ବିଶ୍ବାସ ଅଳଙ୍କୃତ କରେ

ଆଖିରେ ସାମର୍ଥ୍ୟ ଭରା,

ତଥାପି,

ତୁମ ଚିନ୍ତା ମାତ୍ରେ

ନୈସର୍ଗିକ ଶିହରଣ,

ମୋ ଆତ୍ମା ଓ ଶରୀର ସାରା।

ଇନ୍ଦ୍ରିୟାତୀତ ଅନୁଭୂତି,

ନା ଉପଲବ୍ଧିର ଇଚ୍ଛା

ନା ପ୍ରତ୍ୟାଶାର କାମନା,

କିଛି ହୃତ ହେବାର ଦୁଶ୍ଚିନ୍ତା,

ସ୍ୱ ରୂପାନ୍ତରଣର ଭୟ

ତୁମ ସ୍ମିତହାସରେ ଶକ୍ତିମନ୍ତ,

ତୁମ ଚିନ୍ତା ମାତ୍ରେ,

ଉତ୍କଣ୍ଠା,ଉଦ୍ ବିଗ୍ନର

ପ୍ରତୀକ୍ଷା,ତିତିକ୍ଷାର ହୁଏ ଅନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy