STORYMIRROR

Bidyadhar Mantry

Romance Classics Others

4  

Bidyadhar Mantry

Romance Classics Others

ତୁମ ବିନା

ତୁମ ବିନା

1 min
334


ତୁମ ପ୍ରୀତିପୂର୍ଣ୍ଣ କଥା ଓ ସାନିଧ୍ୟ

ସବୁବେଳେ ଉଜ୍ଜୀବିତ

ପ୍ରତି ମୁହୂର୍ତ୍ତରେ ମନରେ ଉତ୍କଣ୍ଠା

ମିଳନ ଆଶା ଜୀବିତ।

ଅବ୍ୟକ୍ତ ବେଦନା ଜୀବନ ଯାତ୍ରାରେ

ଦିନେ ନୁହଁ ପ୍ରତିଦିନ

କେମିତି ଭୁଲିବି କେଉଁ ଉପାୟରେ

ତନ ମନ ଅବସନ୍ନ।

ହୃଦୟେ ଜଡ଼ିତ ପ୍ରେମ ଉପହାର

ପ୍ରତି ମୁହୂର୍ତ୍ତେ ମହକେ

ଦିନ ପରେ ରାତି,ରାତି ପରେ ଦିନ

ଭାବନା ମୋ ନ ଅଟକେ।

ରୁଣୁଝୁଣୁ ଶବ୍ଦ ହେଲେ ଆଖ-ପାଖ

ତୁମ ପାଉଁଜିର ଭ୍ରମ

ବ୍ୟଥିତ ହୃଦୟ ଭାବନାରେ ମଗ୍ନ

ହେବ କି ମୋ ମତିଭ୍ରମ !

କାହାକୁ କହିବି ମନର ଯନ୍ତ୍ରଣା

କିଏ ବା ଦେବ ସାନ୍ତ୍ଵନା

ଯନ୍ତ୍ରଣା ଭୋଗୁଛି ତୁମରି ବିହୁନେ

ବେଳେବେଳେ ଆନମନା।

ଅଲଗା ଅଲଗା ରହିବା ଯନ୍ତ୍ରଣା

ପ୍ରତି ମୁହୂର୍ତ୍ତରେ ଜାଗି

ବୁଝି ବି ଅବୁଝା ହେଉଛି ଏ ମନ

ତୁମ ଅଙ୍ଗ ସଙ୍ଗ ଲାଗି।

ଚଳନ୍ତି ଅବସ୍ଥା ବର୍ଣ୍ଣନା କରିବା

ଏକ ଦୂରୁହ ବ୍ୟାପାର

ଯନ୍ତ୍ରଣାରେ ମୋର ଜର୍ଜରିତ ପ୍ରାଣ

ନାହିଁ କି ତା' ପ୍ରତିକାର !

ଦୂରତା ଜନିତ ବିଚ୍ଛେଦ ଯନ୍ତ୍ରଣା

ସନ୍ତାପିତ ହୁଏ ପ୍ରାଣ

ହୃଦୟ କୋଣରୁ ଝରୁଅଛି ଲୁହ

ଲୁହ ଭର୍ତ୍ତି ଆଖି କୋଣ।

ତୁମ ବିନା ସବୁ ଲାଗେ ଫିକା ଫିକା

ମିଳନ ପାଇଁ ଲାଳସା

ସାଥୀ ହୋଇ ଦୁହେଁ ବଞ୍ଚିବା ମରିବା

ଏହି ମୋର ଶେଷ ଆଶା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance