STORYMIRROR

Lina Mohanty

Romance Tragedy

3  

Lina Mohanty

Romance Tragedy

ତୁମ ବିନା

ତୁମ ବିନା

1 min
333


କିଛିକ୍ଷଣ ତୁମବିନା ବଞ୍ଚି ମୁଁ ଦେଖିଛି,

ଅଣନିଶ୍ଵାସୀଦେଇ ଯାଇଛି ସେଇ଼ ମୂହୁର୍ତ୍ତରେ

ଲାଗୁଥିଲା ଯେମିତି ମୋ ଜୀବନ ହଜିଯାଇଛି ।।

କିଛିକ୍ଷଣ ତୁମ କଥା ଭୁଲି ମୁଁ ଦେଖିଛି,

ନିଜକୁ ବି ପାଇନି ସେଇ଼ ମୂହୁର୍ତ୍ତରେ

ଲାଗୁଥିଲା ଯେମିତି ମୁଁ ସବୁକିଛି ଭୁଲି ଯାଇଛି ।।


ଲାଗୁଥିଲା ମୁଁ ଆଜି ସବୁଆଡୁ ନିଶ୍ୱ

ଏତେ ବଡ଼ ଦୁନିଆଟା ମୋ ପାଇଁ ଅଜଣା,

କେହି ବି ନାହାନ୍ତି ମୋ ନିଜର

ଆଉ ମୁଁ ସମସ୍ତଙ୍କ ପାଇଁ ଅଚିହ୍ନା ।।


ହେଲେ ପ୍ରତି ମୂହୁର୍ତ୍ତରେ ଏ ଅମାନିଆ ମନରେ ଆସିଛି

ତୁମର ସ୍ମୃତି ସବୁ, କିଛି ରାଗ ଆଉ ଅଭିମାନର,

ଭୁଳିବାକୁ ଚାହିଁବି ଭୁଲିପାରୁନି ତୁମକୁ

ସେଇ଼ ବୋଧେ ଥିଲା ନିବିଡ଼ତା ଆମ ସମ୍ପର୍କର ।।

ତଥାପି କାହିଁକି ଥିଲା ଆମ ଭିତରେ ଦୂରତା

ଛଡେଇ ନେଉଥିଲା ତୁମକୁ ମୋ ଠାରୁ,

କାହିଁକି ବା ମାପି ପାରିନଥିଲି ଏତେ ଦିନ

ମୋ ପ୍ରେମକୁ ମୋ ହୃଦୟରୁ ।।


କେତେ ବା ଦେବି ଆଉ ମୋ ପ୍ରେମର ପ୍ରମାଣ

ପ୍ରେମ କଣ ମୋର ପ୍ରମାଣରେ ସୀମିତ,

କଣ ବା ଅଛି ଆଉ ମୋ ପାଖରେ ଦେବା ପାଇଁ

ପ୍ରେମଠାରୁ କଣ ବା ଆଉ ପବିତ୍ର ।।


ଖାଲି ଏତିକି କହିବି ତୁମକୁ...


ଏ ଦୁନିଆ ମୋ ପାଇଁ ଶୂନ୍ୟ ତୁମ ବିନା

ବଞ୍ଚିକି ବି ନିଃଶ୍ଚଳ ମୁଁ ତୁମ ବିନା,

ବୁଝିବକି ନାଇଁ ମତେ କେବେ ମୁଁ ଜାଣିନି

ହେଲେ ମୁଁ ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ ତୁମ ବିନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance