STORYMIRROR

Dr Baman Chandra Dixit

Tragedy

4  

Dr Baman Chandra Dixit

Tragedy

ତୁମ ବିନା

ତୁମ ବିନା

1 min
265

ଝୁରି ମରେ ରାତି    ଝରି ଝରି ଯାଏ ଜୋଛନା   

  ନିଦ ଯାଏ ଘୁଂଚି ଘୁଂଚି ଏକା ଭଲ ଲାଗେନା

ଜହ୍ନ କାନ୍ଦେ ଲୁଚି ଲୁଚି,   କାକର ଲୁହ କୁ ପୋଛି     

  ରାତି ର ପଣତ କାନି ଭିଜି ଭିଜି ଯାଆନା।

            

ସଞ୍ଜ ତାରା ମଉଳିଲା,     ତାରା ଫୁଲ ଝାଉଁଳିଲା              

   ଶୁଭ୍ର ମେଘ ମାଳେ କିଛି ପାଉଁଶିଆ ବାଦଲ                 

ଚାନ୍ଦ ର ରୂପେଲି ଆଭା     ବନ୍ଦିନୀ ହୋଇଛି ଅବା              

    ଅବା ବିରହେ ମଳିନ ପ୍ରିୟା ମୁଖ ମଣ୍ଡଳ।              

ବାଦଲ ଫାଙ୍କ ରୁ କିଛି       ଓଢଣୀ ଟେକି ଦେଖୁଛି

   ନବ ବଧୁ ବେଶେ ଆଜି ଲାଜକୁଳୀ ଜୋଛନା।


ଝିଙ୍ଗୁରି ର ଝିଣି ଝିଣି        ନ ପାରେ ମନକୁ କିଣ

     କାନ କୁ ଲାଗେନା ଭଲ ମଧୁରିଆ ରାଗିଣୀ

ତୁମ ଗୀତ ଗୁଣୁ ଗୁଣୁ,       ତୁମ ଚୁଡ଼ି ରୁଣୁ ଝୁଣୁ

    ପାଉଜି ଝଙ୍କାର ତୁମ ଅପାଶୋରା କାହାଣୀ

ମନ ହଜି ହଜି ଯାଏ        ଆଖି ଭିଜି ଭିଜି ଯାଏ

 ଏ! ଶରଗ ଶଶୀ ଆସି ପାଶେ ମୋର ବସ ନା।


ହୃଦୟର ସବୁ କୋହ        ରୂପେଲି ରାତିର ଲୁହ

    ସୁଲେଲି ସପନ ଛାଡି ତୁମ ବାଟ ଦେଖୁଛି,

ଏ ଜହ୍ନ, ଏ ଗଗନ,          ଏ ମନ, ଏ ଫଗୁଣ,

    ତାରା ଭରା ରାତି ଆଜି ତୁମ ପାଇଁ ଝୁରୁଛି।

ମାଦକ ବାସନା ନେଇ       ପବନ ବସିଛି ଚାହିଁ

    ଗଗନ-ବିତାନ ତଳେ ଆସ ପ୍ରିୟା ଆସ ନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy