STORYMIRROR

Chandrakanta Jena

Romance

3  

Chandrakanta Jena

Romance

ତୁମ ବିନା

ତୁମ ବିନା

1 min
407

ଲେଖେ କେବେ କେବେ ଖୁସି ମନେ ମୋର

ନଥିଲି କିନ୍ତୁ 'ମୁଁ ଲେଖକ

ଲେଖେ ଦିନ ରାତି ଏବେ ତୁମ ପାଇଁ

କରିଦେଲ ମୋତେ ଭାବୁକ  !!


ଭାବେ ତୁମ କଥା ନିଦେ,ଉଜାଗରେ

ଯେବେଠୁ ହେଇଛ ଦେଖା

କେମିତି କହିବି..କାଟେ ମୋର ଦିନ

ଆବୋରି ତୁମରି ଚିନ୍ତା  !!


ହୃଦୟରେ ବାସ ତୁମ ସେହି ହସ

ଅଧିର କରୁଛି ମୋତେ

ଉଙ୍କିମାର ସେତେ ମାନସପଟରେ

ଭୂଲିବାକୁ ଚାହେଁ ଯେତେ  !!


ଆଗୋ ଅପରୂପା ଦେଇ ସ୍ମିତହସ

ବାନ୍ଧିଛ ପିରତୀ ଜାଲେ

ପାଗଳ ଯେ ପ୍ରାୟ ଏଇ ମୋ ହୃଦୟ

ତୁମ ବିନା ସବୁ ଭୂଲେ  !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance