Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Goutam Mohanty

Romance

3  

Goutam Mohanty

Romance

ତୁମ ବିନା ଯେବେ ମୁଁ 💝💝💝💝💝

ତୁମ ବିନା ଯେବେ ମୁଁ 💝💝💝💝💝

1 min
317



ତୁମ ବିନା ଯେବେ ମୁଁ 

      ଏକା ଏକା ରହେ, 

ମୋ ହୃଦୟ ର ନିରବ ଧ୍ବନୀ କୁ 

      ପଚାରି କହେ !  


  ହେ ଧ୍ବନୀ ମୋର 

କାହିଁକି କେଜାଣି କଷ୍ଟ ଦେଉଚ

   ଏ ରକ୍ତ ମାଂସ ଗଢ଼ା ଶରୀର ।


ତଥାପି ମୁଁ ଚୁପ ଅଛି 

    ସେଇ ନିରବ ଶବ୍ଦରେ, 

ବୁଜ ବୁଜ ହୋଇ ତରଙ୍ଗ ହେଉଚି 

    ଏ ହୃଦୟ ପ୍ରତିମୁହୂର୍ତ ରେ । 


  କଷ୍ଟ ହେଉଚି ମୋତେ

        ତଥାପି ତୁମେ ଥାଅ 

 ସେଇ ଜହ୍ନ ର ଶୀତଳ କିରଣ ରେ ,

     ହେ ପ୍ରିୟତମା 

ତମେ ତାରା ହୋଇଯାଇଚ ବୋଲି 

 ଦେଖୁଚି ମୁଁ ତୁମକୁ 

       ସେଇ ସୁନ୍ଦର ତାରା ଭିତରେ ।

 

ଛାଡି ଚାଲିଗଲ କାଇଁ ମୋ ନିରବତା ପାଇଁ 

   ଦେଇଥିଲ ପ୍ରତିଶୃତି ,

ମନେ ପଡିଗଲେ ତୁମ କଥା, ଇଚ୍ଛା ହୁଏ ମୋର 

   ଦେବିକି ତୁମପାଇଁ ଆତ୍ମ ହୂତି ।


         କିନ୍ତୁ ନା 

ଏ ତୁମର ନିରବ ପ୍ରେମ ପ୍ରତିି ସ୍ପନ୍ଦନ ରେ 

         ମୋ ମନରେ ଉଙ୍କି ମାରୁଛି, 

ଲୋକ ସେବା , ସତ୍ କାର୍ଯ୍ୟ ପାଇଁ

      ନିଜକୁ ବଳି ଦେଇ ଚାଲିଯିବି ତୁମ ପାଖକୁ

        ହେ ପ୍ରିୟତମା 

କେବେ ପୁଣି ଦେଖା ହେବ ଜହ୍ନ ରାଇଜରେ 

     ଏତିକି ମୁଁ ନିବେଦନ କରୁଚି ।


Rate this content
Log in