STORYMIRROR

Snigdha Nayak

Romance

2  

Snigdha Nayak

Romance

ତୁମ ବିନା, ତୁମ ସାଥିରେ

ତୁମ ବିନା, ତୁମ ସାଥିରେ

1 min
416

ଉତାରୁଛି...ଉତାରୁଥିବି

ତୁମକୁ ମୋ କଲମ ମୁନରୁ

କେତେ ମିଠା ସପନ

କେତେ ସ୍ମୃତି ଆଉ କେତେ ଅଳିଅଳନା


ଭୁଲିନି ତୁମକୁ...ଭୁଲିବିନି ତୁମକୁ

ତୁମେ ହିଁ ତୁମେ ମୋ ହୃଦୟ ସାରା

କେବେ ତୁମେ ତ କେବେ ତୁମ ସ୍ମୃତି

ହୋଇ ରହିବ ଜୀବନ ସାହାରା


ମନେଅଛି

ଅଛି ନା'

ସେଇ ସାଗର..ସେଇ ବେଳା

ସେଇ ବାଲିଘର

ଆଉ ସେଇ ବିନାଶିନି ଜୁଆର ର କଳା


ବାନ୍ଧିଦିଅ ବସା..ବସିଯାଏ ଘର

ସାଜ ସାଥି ଯେବେ କାରିଗର

ହା8

ଭାସିଉଠେ ସବୁ ନେତ୍ରେ

ମନଛୁଆଁ ଯେତେ

କେତେ ସ୍ମୃତି କେତେ ଯେ ମିଠାସପନ

ବିତିଯାଏ.......ବିତିଯିବ  ଜୀବନ


ସଜାଡ଼ିଛି......ସଜାଡୁଥିବି

ଆମ ସ୍ବପ୍ନ ର ସଂସାର

ନିଶବ୍ଦ ଓଠର ବର୍ଣ୍ଣମାଳା ଯେତେ

ସାଜୁଥିବେ ମୋ କଲମ ମୁନରେ ସେତେ

ଚାପିହୁଏ ବିରିହ ଭଟ୍ଟା ହସ ଜୁଆରେ

ବିତିଯାଏ... ବିତିଯିବ ଜୀବନ

ତୁମ ବିନୁ ଗୋ ସାଥି

ତୁମ ସାଥିରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance