STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ତୁମ ବିନା ପ୍ରଭୁ

ତୁମ ବିନା ପ୍ରଭୁ

1 min
222


ତୁମ ବିନା ପ୍ରଭୁ ସଂସାରେ ନିଜର ହୋଇ ନାହିଁ କେହି ଆଉ

ତୁମରି ଚରଣେ ଏ ଜୀବନ ମୋର ସୁଖେ ଦୁଃଖେ ବିତି ଯାଉ

ମହା ବାହୁ  ହେ   ମହା ବାହୁ

ତୁମରି ରୁପକୁ ହୃଦୟେ ଭାବିଲେ ପାଇ ଯାଏ ମୁଁ ଶକ୍ତି

ତୁମରି ନାମ ବିପଦେ ଭଜିଲେ ସଙ୍କଟରୁ ପାଏ ମୁକ୍ତି

ତୁମରି ନାମକୁ ମୋ ପରାଣ. ଗାଈ ଶ୍ରୀ ଅଙ୍ଗ ସେବାରେ ଥାଉ

ମହା ବାହୁ   ହେ  ମହାବାହୁ

ମାତା ପିତା ବନ୍ଧୁ ରୂପରେ ତୁମେ ସଦା ସାହା ହେଲା ମୋର

ଜୀବନ ପଥେ ରହି ଅଛ ବୋଲିମନରେ ନାହିଁ ମୋ ଡର

ତୁମରି କୃପାରେ ସବୁତ ପାଇଛି ଏଜୀବ ତୁମକୁ ପାଉ

ମହା ବାହୁ ହେ ମହା ବାହୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational