STORYMIRROR

Sanskruti Mohanty

Romance Tragedy

3  

Sanskruti Mohanty

Romance Tragedy

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
244

ଆଜିବି ତୁମ ଅପେକ୍ଷାରେ,

ବସିଛି ମୁଁ ଆକାଶର ଛାତ ତଳେ,

ତାରାଫୁଟା ଫୁଲସଞେ,

ଶୁଣୁଛି ମୁଁ ଝରାଶେଫାଳିର,

ଚୁପି ଚୁପି କଥା।

କିନ୍ତୁ ତୁମେ ଆସୁନାହଁ !

ଆଜି ବି ତୁମ ଅପେକ୍ଷାରେ,

ପିନ୍ଧୁଛି ମୁଁ ତୁମେ ଦେଇଥିବା,

ଲାଲ୍ ବନାରସି ପାଟ।

ଗଭାରେ ମୋ ସଜଉଛି,

ମଲ୍ଲୀ ଓ ରଜନୀଗନ୍ଧାର ମାଳ।

ଆଖିରେ ମାଖୁଛି,

ଗାଢ କଜ୍ଜଳର ଗାର।

ଗୋଲାପି ଓଠରେ ମୋ,

ଲାଜର ସମ୍ଭାର।

କିନ୍ତୁ ତମେ ଆସୁନାହଁ !

ଆଜିବି ତୁମ ଅପେକ୍ଷାରେ,

ରାନ୍ଧୁଛି ମୁଁ ତୁମର ଅତିପ୍ରିୟ,

ମାଛ ବେଶର।

ଭାଙ୍ଗୁଛି ମିଠା ଖିଲିପାନ,

ଘର ମୋର ବାସୁଛି ଅତର ଅତର।

ଫୁଲଦାନୀରେ ସଜଉଛି,

ତୁମ ପସନ୍ଦର ଜୁଇ ଫୁଲ।

ତଥାପି ତମେ ଆସୁନାହଁ !

ପକ୍ଷୀରାଜ ଘୋଡ଼ା ଚଢି,

ଉଡୁଛି ସମୟ।

ଛଅ ଊତୁର ଚକ ଉପରେ,

ଗଡୁଛି ଜୀବନ।

କୃଷ୍ଣଚୂଡା ଗଛରେ,

ଲଦି ହେଉଛି ଫୁଲର ସମ୍ଭାର।

ଆମ୍ବ ବଉଳର ପେନ୍ଥାରେ,

ମହ ମହ ବାସୁଛି,

ହୃଦୟର କୋଣ ଅନୁକୋଣ।

ତୁମ ବାଟ ଚାହିଁ ଚାହିଁ,

ହଜି ଯାଇଛି ଆଖିରୁ ମୋ,

ସବୁତକ ସ୍ୱପ୍ନ।

କାଚ ଟୁକଡା ପରି,

ଭାଙ୍ଗି ଯାଇଛି ଏ ମନ।

ମେଘ ମହ୍ଲାରର ବିରହ ଗୀତିରେ,

ଭିଜୁଛି ଜୀବନ।

ତଥାପି ତୁମ ଅପେକ୍ଷାରେ ରହିଥିବି,

ଆଜି କିମ୍ବା କାଲି ନୁହେଁ,

ଚାଲିଥିବା ଯାଏ ମୋର,

ଛାତିର ସ୍ପନ୍ଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance