STORYMIRROR

Debabrata Mishra

Abstract Tragedy Others

3  

Debabrata Mishra

Abstract Tragedy Others

ତୁମ ଅପେକ୍ଷାରେ ପ୍ରଭୁ

ତୁମ ଅପେକ୍ଷାରେ ପ୍ରଭୁ

1 min
493


ତୁମ ବିଜୟର ବିରାଟ ବୈଜୟନ୍ତ

ଉଡ଼ାଇପାରିନି ବୋଲି

ଦୋଷୀ ବୋଲି ପ୍ରମାଣିତ

ତୁମ ପରୀକ୍ଷାଗାରରେ, 

ଯେତେ ସବୁ ଅଭିଯୋଗ ଅଭିମାନ

ଅଳି ଅର୍ପଣ ତର୍ପଣ ସମର୍ପଣ 

ସବୁ ତୁମରି ପୟରେ ପ୍ରଭୁ, 

ଭକତିରେ ତୁମକୁ ଡାକିନି ବୋଲି

ତୁମ ଆଳୟକୁ ଏ ଶରୀର ଯାଉନି ବୋଲି

ତୁମ ନନ୍ଦିଘୋଷ କେବେ ଟାଣିନି ବୋଲି

ଆଜି ମୁଁ ଅପରାଧୀ ଆଜି ମୁଁ ପାପୀ, 

ତୁମେ ମୋ' ପାଖକୁ ଆସି

ମୋତେ ନେଇଯାଅନ୍ତନି 

ମୋ' କାନଧରି ଗାଲକୁ ଚାପୁଡ଼ା ମାରି

ମୋ' ହାତଧରି ନେଇଯାଇ 

ତୁମ ପାଖକୁ ଦଣ୍ଡ ଦେବାପାଇଁ ଥରେ ଆସନ୍ତନି, 

ନିଷ୍ଠାହୀନ ନିଷ୍ଠୁର ମନଟା ମୋର

ଦୟାସାଗର ହେ ଏ ନିର୍ଦୟଟାକୁ

ଶାସ୍ତି ଦିଅ ହେ ଶାସ୍ତ୍ର ହୀନ ମୁହିଁ

ବାନ୍ଧିନିଅ ମୋତେ ତୁମ ଶାସନ ଡୋରିରେ, 

କ୍ରୁର ସମ୍ବେଦନହୀନ ବୋଲି 

ସଭିଏଁ କୁହନ୍ତି ମୋତେ 

ପଥର ହୃଦୟ ମୋର ପଥଭ୍ରଷ୍ଟ ମୁହିଁ

ସତେ ଅଭିନେତାଟିଏ ମଣିଷ ଭୂମିକାରେ, 

ଅନେକଙ୍କ ମନେ ଧାରଣା ଧରିଛି

ଆସୁରିକ ପ୍ରକୃତି ମୋର ସତେ କି ରାକ୍ଷସ 

ତୁମ ସ୍ନେହ ପାଇବାକୁ ଅଯୋଗ୍ୟ ଜାଣେ

ସେଥିପାଇଁ ତ ମୁକ୍ତି ଚାହିଁନି

ଇଛାଟିଏ ମୋର ଆହେ ଇଛାମୟ

ତୁମେ ହିଁ ଅସ୍ତ ତୁମେ ହିଁ ଉଦୟ

ମୋତେ ଶାସ୍ତି ଦିଅ ହେ ଶାସ୍ତି ଦିଅ

ଅଭକ୍ତଟିଏ ମୁଁ ଏ ପୂଣ୍ୟ ଭୂମିରୁ ଫେରାଇନିଅ

ନର୍କରେ ପଛେ ଟିକେ ଯାଗା ଦିଅ 

ତୁମ ଅପେକ୍ଷାରେ ପ୍ରଭୁ

ମୁଁ ତୁମ ଅପେକ୍ଷାରେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract