Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Inspirational

4  

Satyanarayan Sahoo

Romance Action Inspirational

ତୁଲସୀ ଦାସଙ୍କ କାହାଣୀ

ତୁଲସୀ ଦାସଙ୍କ କାହାଣୀ

1 min
391


ହିନ୍ଦୀ ରାମାୟଣ କାର ତୁଲସୀ ଦାସଙ୍କ

ସମ୍ବନ୍ଧରେ ରହି ଅଛି ଯେ କାହାଣୀ ଏକ । 


ଅନିନ୍ଦ୍ୟ ସୌନ୍ଦର୍ଯ୍ଯମୟୀ ରତ୍ନାବଳୀ ସହ 

ହୋଇ ଥିଲା ତାହାଙ୍କର ଶୁଭ ପରିଣୟ । 


ଯୁବା କାଲେ ଥିଲେ ଶେହୁ କାମିନୀ ଆସକ୍ତ

ରତ୍ନାବଳୀ ହେତୁ  ହେଲେ ଶ୍ରୀ ରାମ ଭକତ । 


ରତ୍ନାବଳୀ ପିତାଙ୍କର ଅସୁସ୍ଥତା ଲାଗି 

ରହିଥିଲେ ଦୀର୍ଘକାଳ ପିତ୍ରାଳୟ ଯାଇ ।


ରତ୍ନାବଳୀଙ୍କ ଦର୍ଶନେ ବ୍ୟାକୁଳିତ ମନେ 

ବାହାରି ପଡିଲେ ଏକ ସକାଳେ ସେ , ଦିନେ ।


ଚାଲି ଚାଲି ପହଞ୍ଚିଲେ ଯାଇ ତାଙ୍କ ଗ୍ରାମେ 

ପ୍ରବେଶିଲେ ସେଠାବରେ ସନ୍ଧ୍ୟା ଅବସନେ ।


ସହସା ଘଟିଲା ମେଘ ବରଷା ଓ ଝଡ

ଦିବାଶେଷେ ଘୋଟେ କ୍ରମେ ରାତିର ଅନ୍ଧାର ।


ସକଳ ବାଧା ଓ ବିଘ୍ନ ପଦାଘାତ କରି 

ଉପସ୍ଥିତ ଯାଇ ଯହିଁ ଥିଲେ ରତ୍ନାବଳୀ । 


ଚକିତ ହୋଇଲେ କାହିଁ ନଦେଖି ତାହାଙ୍କୁ 

ଚେଷ୍ଟା ଆରମ୍ଭିଲେ ନିଶ୍ଚେ ୟିବେ ନିକଟକୁ । 


ଛ।ତରୁ ଓହଳି ଥିବା ଅଜଗର ସାପ 

ଧରି ଉଠି ପହଞ୍ଚିଲେ ରତ୍ନାବଳୀ ପାଖ । 


ସ୍ତମ୍ଭିତ ହୋଇଲେ ତାଙ୍କୁ ଚାହିଁ ରତ୍ନାବଳୀ

ଦୀପ ର ଆଲୋକେ କିଛି ନପାରିଲେ ବାରି । 


ପୁଛିଲେ କିପରି ହେଲ ଏଥେ ଉପସ୍ଥିତ 

ଓହଳି ଥିବା ରଶିରେ କହିଲେ ତୁରିତ । 


କଉଠୁ ଆଣିଲ ରଶି ବୋଲିଣ ସେଭାଷି

ତୁଲସୀ କହିଲେ ମୁହିଁ ନ ଜ।ଣଇ କିଛି । 


ରତ୍ନାବଳୀ ସଚକିତେ ଘେନି ଦୀପ କରେ 

ଯାଇ ସେ ଦେଖିଲେ ଫେଇ ଆଲୋକ କାହିଁ ରେ । 


ଆସିଛନ୍ତି ପ୍ରାଣ ନାଥ ଏ ଠାବେ କିପରି 

ସୁବିଶାଳ ଅଜଗର ଦେଖିଲେ ଓହଳି  । 


ରହିଛି ଛାତରୁ ତଳ ହୋଇଲେ ଚକିତ 

ତାହାକୁ ଆଶ୍ରୟ କରି ଆସି ନାହାନ୍ତିତ । 


ବୋଇଲେ ନାରୀ ର ରୂପ ଯୌବନ ନଶ୍ଵର 

ଇନ୍ଦ୍ର ଧନୁ ପ୍ରାୟ ରମ୍ୟ ଦିଶେ କ୍ଷଣ କାଳ ।


ଚପଳା ଚମକ ପରି ବିଭାସିତ ହୋଇ 

ଅଳ୍ପଦିନେ ଯାଇ ଥାଏ ତାହା ତ ଉଭେଇ । 


ମାତ୍ର ଯଦି ଶ୍ରୀରାମ ଙ୍କ ପଦେ ପରାଣକୁ 

ଉତ୍ସର୍ଗିବ ହେ , ଲଭିବ ପରମ ତତ୍ତ୍ଵକୁ । 


ଶାଶ୍ଵତ ଶାନ୍ତି ଓ ମୁକ୍ତି ଲଭିବ ଅଚିରେ 

ରାମଙ୍କର ଆଶିଷରେ ତାଙ୍କୁ ଲୟ କାଲେ । 


ମୋର ଲାଗି ଆଉ କେବେ ନ ହୁଅ ଅଥୟ 

ଶ୍ରୀରାମ ଶ୍ରୀ ପଦେ ଭଜ ତେଜ ମାୟା ମୋହ । 


ମର୍ମଭେଦୀ ବାକ୍ୟେ ତୁଲସୀ ଙ୍କ ଜ୍ଞାନୋଦୟ  

ନାରୀ ପ୍ରୀତି ତେଜି କାଲେ ଶ୍ରୀରାମ ଙ୍କ ଲୟ । 


ରଚିଲେ ମଧୁର ଗୀତ ଶ୍ରୀରାମ ଚରିତ

ହିନ୍ଦୀ ରାମାୟଣ ଭାବେ ଅଟେ ଯା, ବିଖ୍ୟାତ । 


ଅନୁପମ ଭକ୍ତି ରସ ଭାବ ର ମାଧୁରୀ 

ପ୍ରତି ଜନ ମନ ଯାହା ପ୍ରେମେ ନେଲା କିଣି । 


 


Rate this content
Log in

Similar oriya poem from Romance