Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Pradhan

Inspirational Others

3  

Puja Pradhan

Inspirational Others

ତୁଳସୀ

ତୁଳସୀ

1 min
131


ତୁଳସୀ ତୁଳସୀ ମହମହ ବାସେ

ବାସୁଥାଏ ନିରନ୍ତର

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

ମନ କହୁଥାଏ ମୋର

ତୁମପୂଜା ପାଇଁ କିଛି ତୁଳସୀ ମୁଁ

ସାଥିରେ ଆସିଛି ନେଇ 

ହେଲେ କେଉଁ ଫୁଲରେ

ତୁମରି ସରଧା ସେକଥା ମୁଁ ଜାଣେନାହିଁ

ବୋଉମୋତେ କହେ ତୁମରି ସରଧା

ତୁଳସୀ ଦୟଣା ପାଇଁ

କି ପୁଣ୍ୟ ପ୍ରଭୁ କରିଛି ତୁଳସୀ

କେତେ ଭାଗ୍ୟ ଅଟେ ତାର

ତାପତ୍ର ରହେ ମଥାରେ ତୁମର

ଗଳାରେ ଲମ୍ବିଛି ତୁଳସୀର ମାଳ

ତୁଳସୀତୁଳସୀ ଶ୍ରୀମନ୍ଦିର ବସେ

ତୁଳସୀ ମହକରେ ମହକୁଛି ବଡଦାଣ୍ଡ

ମହକେ ତୋ ଆନନ୍ଦ ବଜାର

ବଡପଣ୍ଡା ହାତେ ରହିଛିରେ ଜାଗା

ତୋହରି ଛଡା ତୁଳସୀ

ତୁଳସୀ ରେ ପରା ପୂଜାହୁଏ ତୋର

ତୁଳସୀରେ ତୁ ହେଉଛୁ ଖୁସି

କୈବଲ୍ୟ କଣିକା ଅଭଡ଼ା ଆମ୍ବୃତ

ଧନ୍ୟ ତୋ ଡ଼ଙ୍କ ତୋରାଣୀ

ବେସର, ମହୁର, ଘାଣ୍ଟତରକାରୀ,

ମୁଗଡାଲି ସାଗଭଜା, କ୍ଷୀରି, ଛେନା,

ଖାଇ ଆନନ୍ଦେ ହସୁଛି ଦେଖ

ମୋ କାଳିଆ ରାଜା

ଯାହା ଭୋଗତୋର ସବୁରେ

ତୁଳସୀପତ୍ରର କେତେ ମହାନତା ଅଛି

ତୋ ପ୍ରସାଦ ଖାଇ ଧନ୍ୟ ହେଉଆମେ

ଆହେ ନୀଳଗିରୀ ବାସି

କେଡେ ଭାଗ୍ୟ ସତେ ତୁଳସୀ ପତରେ

ମହାପ୍ରଭୁ ସରଧା ତୁମର

ତୁମରି ଦୟାରେ ସବୁଠି ଆଦର

ହୋଇଛି ହେ ପ୍ରଭୁ କଳି ଯୁଗେ ଅମୃତ

ଧନ୍ୟ ସେ ତୁଳସୀ ପତର ।  


Rate this content
Log in

Similar oriya poem from Inspirational