STORYMIRROR

Alhadini Panigrahi dash

Inspirational Others

3  

Alhadini Panigrahi dash

Inspirational Others

ତୁଳସୀ

ତୁଳସୀ

1 min
14.3K


ତ୍ରୟୀତନୁ ତାପେ ତୋଫା ତୋର ତନୁ,

ତୋରଣ ପାର୍ଶ୍ଵରେ ରହି,

ତୋହର ରୁପକୁ ଦର୍ଶନ କରିଲେ,

ତ୍ରୁପ୍ତ ହୋନ୍ତି ନର ନାରୀ । (୧)

ତାରକାଙ୍କ ଅସ୍ତେ ତପନ ଆଗତେ,

ତୋୟ ଦାନ ତୋର ମୁଳେ ,

ଯେ କରେ ସେ ନାରୀ ଅତି ପୁଣ୍ୟବତୀ,

ଅନ୍ତେ ସ୍ଵର୍ଗ ପୁର ଲଭେ । (୨)

ତ୍ରାଣମାଣ ତୁହି ତ୍ରାଣ ତ୍ରସ୍ତ ଜନ,

ତୋ ପାଦେ ଗଲେ ଶରଣ,

ତୁଷ୍ଟ ହୋଇ ଥାନ୍ତି ସ୍ଵୟଂ ନାରାୟଣ,

ଆବର ଦେବତା ଗଣ । (୩)

ତ୍ରସରେ ଥିଲେ ବି ବାଣ୍ଟୁ ତୋ ମହକ,

ପରିବେଶ ରଖୁ ସ୍ଵଚ୍ଛ,

ତ୍ରିବେଣୀ ସଙ୍ଗମେ ଯେତେ ପୁଣ୍ୟ ମିଳେ,

ଏକା ତୋ ସେବାରୁ ପ୍ରାପ୍ତ । (୪)

ତମସା ବିନାଶ କଲା ପରି ରବି,

କରୁ ତୁ ରୋଗ ବିନାଶ,

ପତ୍ର, ଫୁଲ, ଛେଲି ସବୁ ଦରକାରି,

ତିଆରି ପାଇଁ ଔଷଧ (୫)

ତମ-ବନ୍ଧୁ ପୁଣି ପାଖ ନ ମାଡନ୍ତି,

ଜଗି ବସିଥାଉ ଦ୍ବାର,

ତ୍ରୁପ୍ତ ହୁଏ ଆତ୍ମା ମ୍ରୁତ୍ୟୁ ବେଳେ ଯିଏ..

ପିଏ ତୋ ପତ୍ର ରେ ନୀର। (୬)

ମାଆ ରୁପେ ତୁହି ଦେଉ ଲୋ ଆଶିଷ,

ଦେବୀ ରୁପେ ଢାଳୁ ପୁଣ୍ୟ ,

ବୈଦ୍ୟ ରାଣୀ ସାଜି ରୋଗ ଭଲ କରୁ,

ଧନ୍ୟ ମା ତୁଳସୀ ଧନ୍ୟ ।(୭)

ତୁଳସୀ ମା’ ଜୟ, ଜୟ ମା’ ତୁଳସୀ,

ତୋର ମହିମା ଅଶେଷ,

ତାକତ ନାହିଁ ମା ଗମିବି ତୋ ଭେଦ,

ଛାର ଆହ୍ଲାଦିନୀ ଦାଶ ।( ୮)

ଆହ୍ଲାଦିନୀ ପାଣିଗ୍ରାହୀ ଦାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational