STORYMIRROR

padmaja pati

Inspirational

2  

padmaja pati

Inspirational

ତୁଳସୀ ଗଛ ମୁଁ

ତୁଳସୀ ଗଛ ମୁଁ

1 min
287

ଅଗଣାରେ ତୁମ ଶୋଭାପାଏ ମୁହିଁ

ମାଆ ଜାଳି ସଞ୍ଜବତୀ

ଶୁଭ ମନାସି ସେ ପରିବାର ପାଇଁ

ଶ୍ରଦ୍ଧାରେ ମୋତେ ପୂଜନ୍ତି l

ଶ୍ୱେତ, କୃଷ୍ଣ ଦୁଇ ପ୍ରକାର ରୂପ ମୋ

ପିଲେ ଘରେ ପାଏ ପୂଜା

ଥଣ୍ଡା, ସର୍ଦି ହେଲେ ମୋ ପତ୍ର ସହିତ

ମହୁ ଟିକେ ପଡେ ଖୋଜା l

ଏକ କପ ପାଣି ସହିତ ମିଶାଇ

ଅଳେଇଚ ଗୁଣ୍ଡ ନେଇ

ଦଶଟି ମୋହର କାଳିଆ ପତର

ତା ' ସାଥେ ଦେବ ଫୁଟାଇ l

ପିଇଲେ ଏହାକୁ ଛାଡି ପଳେଇବ

ଥଣ୍ଡା, ସର୍ଦି ସାଥେ ଜ୍ୱର

ମନେ ରଖି ଏହା ଲଗାଅ କାମରେ

ଲଭିବ ସୁସ୍ଥ ଶରୀର l


Rate this content
Log in

Similar oriya poem from Inspirational