STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ତୁହିହିଁ କାଳିଆ ସବୁ

ତୁହିହିଁ କାଳିଆ ସବୁ

1 min
245


ବ୍ରହ୍ମାଣ୍ଡ ଠାକୁର ତୁହିରେ କାଳିଆ

  ସବୁତ ଭିଆଣ ତୋର,

ମନୁଷ୍ୟ ଜୀବନ ତହରି ସୃଜନ

  କର୍ମର ନିମନ୍ତେ କର।


ଜ୍ଞାନ ବୁଦ୍ଧି ଦିଅ, ଦିଅ ପ୍ରେମ ଧର୍ମ

  କର୍ମ ଜ୍ଞାନ ହେହୁ ମୋର,

ହେଉ ସତ୍ୟ ମାର୍ଗ ଦିଅ ଭକ୍ତି ଜ୍ଞାନ

  କରହେ ଅଜ୍ଞାନ ଦୂର।


ଚିନ୍ତା ଦିନରାତ୍ର ତହରି ପାଇଁ ରେ

  କିଛି ଦିଶେ ନାହିଁ ଆଉ,

ତଛବି ଆଙ୍କିଛି ହୃଦୟ କଣରେ

  ତାହାରି ଭକ୍ତିରେ ଥାଉ।


ବିତୁ ଏ ଜୀବନ ତହରି ଭକ୍ତିରେ

  ରହୁ ପ୍ରେମ ଶ୍ରଦ୍ଧା ଭକ୍ତି,

ତବ ନାମ ଗାଇ ବିତୁଏ ଜୀବନ

  ରହୁ ଶ୍ରୀଚରଣେ ଭକ୍ତି।


ନାମ ଜଗନ୍ନାଥ ଗୁଞ୍ଜୁ ହୃଦୟରେ

  ଏତିକି ମାଗୁଣି ମୋର,

ଜୀବନ କର୍ତ୍ତବ୍ୟ ପୂରଣ କରହେ

   ଚରଣେ ବିନତି ମୋର।


ଗୃହର ଜଞ୍ଜାଳ ଅତି ଭୟଙ୍କର

   ଜାଣିଛୁ ସବୁତ ତୁହି,

କର୍ତ୍ତବ୍ୟ ପୂରଣ ଗୃହ କାର୍ଯ୍ୟେ କର

   କରିଛୁ ଭିଆଣ ତୁହି। 


ରାଷ୍ଟ୍ର କାର୍ଯ୍ୟେ ରହୁ କର୍ମ ନିରନ୍ତର

   କର୍ମ କରୁଥିବି ନିତି,

ଜନତା ସେବାରେ ବିତୁଏ ଜୀବନ

   ଧର୍ମ କର୍ମେ ଦିଅ ଶକ୍ତି।


ସମଭାବ ରହୁ କର୍ମପଥେ ମୋର

  କେବେ ସ୍ବାର୍ଥ ଭାବ ନହୁ,

ନହୁ ପରହିଂସା କର୍ମପଥେ ମୋର

  ଅସତ୍ୟର ବାଟ ନହୁ।


ଧନ ଓ ସମ୍ପତ୍ତି ନାହିଁ ଇଚ୍ଛା ମୋର

  ଇଚ୍ଛା ମାତ୍ର ତବଭକ୍ତି,

ନାମ ଓ ସୁନାମ ନାହିଁ ପ୍ରୟୋଜନ

  ମାତ୍ର ପ୍ରୟୋଜନ ଭକ୍ତି।


ଶକ୍ତି ମତେ ଦିଅ ପ୍ରଭୁ ଜଗନ୍ନାଥ

  ହୃଦୟରେ ଗୁଞ୍ଜୁ ନାମ,

ସେହୁ ହିଁ ସମ୍ପତ୍ତି ଏ ଜୀବନେ ମୋର

  ଗୁଞ୍ଜୁ ଭକ୍ତିପ୍ରେମେ ନାମ।


ଜନ୍ମ ମୃତ୍ୟୁ ପରା ତହରି ଭିଆଣ

  ହୋଇବ ଟି ମୃତ୍ୟୁ ଦିନେ,

ଗାଇଥିବି ନାମ ହେବ ମୃତ୍ୟୁ ମୋର

   ରଖିବୁ ହିଁ ପ୍ରଭୁ ମନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract