STORYMIRROR

Chinmaya Kumar Sahoo

Abstract Inspirational

3  

Chinmaya Kumar Sahoo

Abstract Inspirational

ତୁ

ତୁ

1 min
280

ପହିଲି ବର୍ଷାରେ କାଦୁଆ ବିଲରେ ଧାନ ରୂଆ ଟିଏ ମୁଁ,

ମୋ କଅଁଳ କାଣ୍ଡକୁ ଶକ୍ତ କରୁଥିବା ଆଷାଢ଼ ଶ୍ରାବଣ ତୁ ।


ମନ ବହିଥାକ ଡାଏରୀର ସାଧା କାଗଜ ଫର୍ଦ୍ଦଟେ ମୁଁ,

ମୋ ଛାତିରେ ଗାରେଇ କବିତାଟେ ଲେଖି କବିର କଳ୍ପନା ତୁ ।


କୋଟିଏ ତାରାଙ୍କୁ ପାଖରେ ରଖିବି ଏକା ଆକାଶଟେ ମୁଁ,

ମୋ ଅନ୍ଧାର ହୃଦୟେ ଆଶା ଭରୁଥିବା ପୁନେଇଁ ଚାନ୍ଦଟା ତୁ ।


ବର୍ଷାକୁ ବାଟେଇ ଶୀତକୁ ବନ୍ଦେଇ ଶରତ ଋତୁଟେ ମୁଁ,

ମୋ ଦାଣ୍ଡ ଅଗଣାରେ ନାଚି ଖେଳୁଥିବା କାଶତଣ୍ଡି ଫୁଲ ତୁ ।


ଅଙ୍କା ବଙ୍କା ପଥେ କୁଳୁ କୁଳୁ ବୋହି ଲକ୍ଷହୀନ ନଈ ମୁଁ,

ମୋ ଠିକଣା ସାଇତି ଆଶ୍ରା ଦଉ ମୋତେ, ଦରଦୀ ସମୁଦ୍ର ତୁ ।


ଝଡ଼ ବତାସକୁ ଭାରି ଭୟ ମୋର ହୁଲି ଡଙ୍ଗା ଟିଏ ମୁଁ

ମୋ ହାତ ଧରି ମୋତେ ଭସେଇ ନେଉରେ କାଠ ଆହୁଲାଟେ ତୁ ।


ପଥର ସନ୍ଧିରେ ଆପେ ଫୁଟିଥିବା ଜଙ୍ଗଲୀ ଫୁଲଟେ ମୁଁ

ମୋ ବାସ୍ନା ହୀନ ତନୁ ମହୁ ଶୋଷୁଥିବା ମହୁମାଛି ପରା ତୁ ।


ଅଜଣା ସହରେ ଅମଡା ବାଟରେ ଶୋଷିଲା ବାଟୋଇ ମୁଁ

ମୋତେ ଅସରନ୍ତି ରାସ୍ତା ଅପେକ୍ଷା କରିଛି, ମୋ ମରୁ ମରୀଚିକା ତୁ ।


Rate this content
Log in

Similar oriya poem from Abstract