STORYMIRROR

Rabindra kumar Sahoo

Romance

3  

Rabindra kumar Sahoo

Romance

ତୁ ଟା ଛୋପରୀ

ତୁ ଟା ଛୋପରୀ

1 min
301

   ତୁ ଟା ଛୋପରୀ

     ତୁ ଟା ସୁନ୍ଦରୀ

     ତୁ ତ କଇଁଫୁଲ ଗୋରୀ

     ଗଢିଲା ବିହି କିପରି

     କହ ତୋତେ ଏପରି ?

     ଯେବେ ଥିଲୁ

     ଆଲୋ କିଶୋରୀ

     ସେ ଦିନୁ ନେଲୁ ମୋ

     ମନ ଚୋରୀ କରି

     ଆଲୋ ସୁନ୍ଦରୀ

     ଗୋଲାପ ପାଖୁଡା ପରି

     ଅଟେ ଅଧର ତ ତୋହରି

     କହ କେଉଁ ରାଜକୁମାରୀ

     ତୋ ସଙ୍ଗେ ହେବ କି ସରି

     ତୁ ଟା ଛୋପରୀ 

     ତୁ ଟା ସୁନ୍ଦରୀ ?

     କଥାରେ କଥାରେ

     ମୁରୁକି ହସ ମାରି

     ଆଖିଠାର ତୋର ମାରି

     ସତେ କି ଦିଶୁ ତୁ

     ସରଗର ଅପସରୀ

     ଅବା କାଉଁରୀ ରାଇଜର ପରୀ

     ଅଙ୍ଗଭଙ୍ଗୀ ଆଲୋ ତୋରି

     ଆଲୋ ହେ ଗୌରାଙ୍ଗୀ ପରୀ

     ଦେଖିଲେ ରୂପ ଲାବଣ୍ୟକୁ ତୋରି

     ସଂଯମତା ଯାଏ ମୋ ହାରି

     ରୂପ ପସରାରେ ତୋ ଭୋଳି

     ମନ ହୃଦୟକୁ ତୋ

     ନ ପାରିଲି ଆଲୋ ପଢି

     ପରୀ ରାଇଜର ରାଜ କନ୍ୟା ପରି

     ମୋତେ ଚାଲିଗଲୁ ପର କରି

     ଯୌବନର ପ୍ରଥମ ପାହାଚେ

     ଗଲା ଦ୍ଵନ୍ଦ୍ଵେ ମୋ ପ୍ରେମ ତରୀ

     ପୂର୍ଣ୍ଣ ଯୌବନା ହେଲୁ ଗୋରୀ

      ଉଡିଲୁ ଫୁର୍ କରି

      ଚାଲିଲୁ ଆନ ହାତକୁ ତୁ ଧରି

      ତୁ ତ ନ ଥିଲୁ ମୋ

      ପ୍ରେମ ପଞ୍ଜୁରୀର ଶାରୀ

      ଚାଲିଗଲୁ କିନ୍ତୁ ମୋ 

      ମନ ହୃଦୟକୁ ପୋଡିଜାଳି ।

      ମୋ ମନକୁ ଚୋରୀ କରି

      ପ୍ରେମ ପାଠକୁ

      ମୋତେ ପଢାଇ ସାରି

      ତୋ ପ୍ରେମେ, ରୂପ, ଯୌବନେ

      ମୋତେ ତୁ ପାଗଳ କରି

       ଚାଲିଗଲୁ ଅନ୍ୟର ହାତଧରି

      ଆଲୋ ହେ କନକ ଗୋରୀ

      ତୁ ଟା ଥିଲୁ ଭାରି ଚତୁରୀ

      ତୋର ଥିଲା ବି ଖୁବ୍

      ବାକ୍ ଚାତୁରୀ ।

     ମୋତେ ହେଲାଣି ଏବେ ସତୁରୀ

      ପ୍ରେମ ପାଠ ମୋ ଗଲାଣି ବତୁରି

      ବୟୋବୃଦ୍ଧ ଏବେ ଜରା ବ୍ୟାଧିରେ

      ପ୍ରେମ ମୋ ଗଲାଣି

       ହୃଦୁ ଓ ମନୁ ମୋ ଉତୁରି

       ତଥାପି କାହିଁକି କେଜାଣି

       ସେଦିନର ସେହି

       କୈଶୋର ଓ ଯୌବନର

       ଆମ ପ୍ରେମ ନନ୍ଦନକାନନୁ

       ପାରୁ ନାହିଁ ମୁଁ ବାହାରି ?

       ତୋର ସେ ଘନ କେଶ

       ଗୋଲାପୀ ଅଧରର

       ମୃଦୁ ମୃଦୁ ହସ

       ଚପଳ ଚକ୍ଷୁ ଚଳନ

       କ୍ଷୀଣ କଟି, ଚପଳ ମତି

      ଏବେ ବି ନ ପାରଇ

       ମୁଁ ପାଶୋରି

       ତୁ ଟା ଛୋପରୀ

       ତୁ ଟା ସୁନ୍ଦରୀ

       ତୁ ତ କଇଁଫୁଲ ଗୋରୀ

       ଗଢିଲା ବିହି କିପରି

       କହ ତୋତେ ଏପରି ?

          


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance