ତୁ ମୁଁ ସାଥେ ସାଥେ
ତୁ ମୁଁ ସାଥେ ସାଥେ
ପୁନେଇଁ ରାତିରେ ଜହ୍ନ ଆଲୁଅରେ
ଖେଳୁଥିଲେ ବୋହୁଚୋରି,
କୁଆଁର ପୁନେଇଁ ପାଳୁଥିଲେ ଆମେ
ପାଳଭୁତ ଖେଳ କରି ।
ଜହ୍ନକୁ ଅନେଇ ପୂଜା କରୁଥିଲେ
କରୁଥିଲେ କେତେ ମଜା,
କବାଡି ଖେଳରେ କେତେ ମଜାଥିଲା
ଥଟ୍ଟା କରୁଥିଲେ ଅଜା ।
ଘରକୁ ଫେରିବା ଡେରି ହୋଇଗଲେ,
ମାଆଙ୍କର ମାଡ ଗାଳି,
ମୋ ପାଇଁ ତୁ ମାଡ ଗାଳି ଖାଉ
କରିନାହୁଁ କେବେ ଅଳି ।
ସେଦିନ ରାତିରେ ମୁହିଁ ଶୋଇଥିଲି
ତୋହରି ବିଛଣା ପରେ,
କାଳେ ପଡିଯିବି ତଳେ ଗଡିଯିବି
ଜଗି ବସିଲୁ ପାଦରେ ।
ତୋ ବପା ମା' ମୋର ପାଇଁ ସତେ
ଅଟନ୍ତି ଦେବତା ସମ,
ତୁ ଥିଲେ ସତେ ପାଖରେ ମୋହର
ନେଇ ପାରିବନି ଯମ ।