STORYMIRROR

Ramachandra Bhutia

Romance

3  

Ramachandra Bhutia

Romance

ତୁ ମୋ ଦୁନିଆ

ତୁ ମୋ ଦୁନିଆ

1 min
220

ତୁ ମୋ ଦୁନିଆ ତୁ ମୋ ପୃଥିବୀ

ନିଶ୍ୱାସ ବି ମୋର ତୁ

ତୋ ବିନା ଚାଲିବି କେମିତି ମୁଁ ବାଟ

ମୋ ଶେଷ ଠିକଣା ତୁ


କଠିନ ହୃଦୟ କରିଲୁ ତରଳ

ଦେଇ ତୋ ପ୍ରେମ ପରଶ

ନିଗାଡି ଦେବି ମୁଁ ଶେଷ ରକ୍ତ ବିନ୍ଦୁ

ଦେଖିବାକୁ ତୋ'ର ହସ


ବାଟ ମୋର ଥିଲା ଶୁଷ୍କ ମରୁଭୂମି

ଆସିଲୁ ହୋଇ ଶ୍ରାବଣୀ

ବେସୁରା ଥିଲା ମୋ ଜୀବନ ସଙ୍ଗୀତ

ତୋଳିଲୁ ଆସି ରାଗିଣୀ


ତୁ ମୋ ଜୀବନ ତୁ ମୋ ସପନ

ମୋ ଛାତି ସ୍ପନ୍ଦନ ତୁ

ତୁ ମୋତେ ଛାଡିଲେ ଦୁନିଆ ଛାଡ଼ିବି

ଏ କଥା ଦେଉଛି ମୁଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance