STORYMIRROR

Jagannath Barik

Inspirational

4  

Jagannath Barik

Inspirational

ତୁ କ'ଣ ପାଇଲୁରେ

ତୁ କ'ଣ ପାଇଲୁରେ

1 min
495


ତୁ କଅଣ ପାଇଲୁ ରେ  

      ଧାଡ଼ି ଧାଡ଼ି କୋଠା ଗଢ଼ି 

ଟ୍ରକ ଟ୍ରାକ୍ଟର ଵଅସ ଟ୍ରଲର ଦାମିକା କାର ଚଢ଼ି |


ରଜନୀ ବାସର କରି ଏକାକାର 

      ସୁଖ ଶାନ୍ତି ପରିହରି 

ଅରଜିଲୁ ଟଙ୍କା ସବୁ କରି ଫାଙ୍କା 

      ପାପ ପଙ୍କେ ଗଲୁ ସଢ଼ି |


ହେଲୁ ଠିକାଦାର ମଦ କାରବାର 

      ଦୁର୍ନୀତିରେ ବଢ଼ି ବଢ଼ି 

କ୍ଲବ ହୋଟେଲ ବାଆର ରେ ମାତି 

      ନିଶାରେ ରହିଲୁ ଜଡ଼ି |


ଛାଡ଼ି ଧର୍ମ ପତ୍ନୀ ବାଇ ପ୍ରେମେ ମାତି 

     ସତ ପଥ ଗଲୁ ହୁଡ଼ି 

ତେଜି ଭିଟାମାଟି ପିତା ମାତା ପ୍ରୀତି 

     ଭାଇ ଭଗ୍ନୀ ପ୍ରେମ ଏଡ଼ି |


ପ୍ରିୟ ପରିଜନ କଲୁ ବରଜନ 

     ସ୍ୱାର୍ଥରେ ରହିଲୁ ବୁଡ଼ି 

ଚାକର ପ୍ରେମରେ ଭାରିଜା ତୋହର 

     ପଳାଇଲା ଘର ଛାଡ଼ି |


ଅଧାପଢ଼ା ପୁଅ ଅୟସରେ ଘିଅ 

     ଭାତ ଖାଇ ଗଲା ବଢ଼ି 

ବୋତଲ ଧରିକି ରାସ୍ତାରେ ପଡ଼ିକି 

     ଖୋଲୁଛି ଗୁମର ପେଡ଼ି |


ଅର୍ଥ ମଦେ ପରା ଧରା ମଣି ସରା 

     ଚାଲୁଥିଲୁ ନିଶ ମୋଡ଼ି 

ରକତ କର୍କଟ ଗ୍ରାସିଲାଣି ଘଟ 

     ସମ୍ପତ୍ତି ଗଲା ଉଜୁଡ଼ି |


ଛଅ ଖଣ୍ଡି କାଠ ଲୋଡ଼ା ହେବ ମାତ୍ର 

     କାଳ ଡାକେ ଘଡ଼ି ଘଡ଼ି 

ଭାଷେ ଜଗନ୍ନାଥ ଭଜ ଜଗନ୍ନାଥ 

     ବେଳ ତ ଗଲାଣି ଗଡ଼ି ।



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Inspirational