ତୁ ହିଁ ଭବିଷ୍ୟତ
ତୁ ହିଁ ଭବିଷ୍ୟତ
ଜୀବନ ହୁଅଇ ଧନ୍ୟ
କଲେ ପର ହିତ
ପିତାମାତା ସଦାକାଳେ
ପ୍ରେରଣାର ସ୍ରୋତ ।
ଜାତି ଧର୍ମ ଭାଷା ବର୍ଣ୍ଣେ
ନ ରଖିବୁ ଦ୍ବେଷ
ସଭିଏଁ ସମାନ ଏଠି
ଜନଙ୍କୁ ତୁ ତୋଷ ।
ସାଧାରଣ ଜନତାର
ହୋଇବୁ ତୁ ମିତ
ଏଇ ଦେଶ ମାତୃକାର
ତୁ ହିଁ ଭବିଷ୍ୟତ ।
ନୈତିକତା ହେଉ ତୋର
କାଳଜୟୀ ବ୍ରତ
ଭାରତ ମାତା ସପୁତ
ଏ ଜଗତ ଜିତ ।
ଦୁର୍ନୀତିର ମୂଳପୋଛ
ଅଟେ ରାଷ୍ଟ୍ର ହିତ
ଭୟଙ୍କର ରାକ୍ଷସ ଏ
କରେ କବଳିତ ।
ଦେଶେ ଖେଳେ ହାହାକାର
ଭ୍ରଷ୍ଟାଚାର ଭୂତ
ଜନତା ଆହ୍ବାନ କରେ
କର ତୁ ନିପାତ ।
ରଖ ଶିର ଉଚ୍ଚା କରି
ଦେଶ ପ୍ରାଣ ନେତ
ଜୀବନକୁ ବଳି ଦେଇ
ହୁଅ ତୁ ମୁକତ ।
