Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others

4  

Bharatabandhu Biswal

Inspirational Others

ତୁ ଆ'ରେ ବସନ୍ତ

ତୁ ଆ'ରେ ବସନ୍ତ

1 min
1.5K



ବହୁନି ମଳୟ    ଗାଉନି କୋଇଲି

      ଆମ୍ରବନେ କୁହୁକୁହୁ

ନିୟମିତ ନୁହେଁ   ଖରା ବର୍ଷା ଶୀତ

      ପାଣିପାଗ ଜଳବାୟୁ ।

ମାଡି ଆସୁଅଛି    ଟାଇଁ ଟାଇଁ ଖରା

      ଜାଡ଼ ଶୀତ ନ ଯାଉଣୁ

ଏକ ହାତ ଅନ୍ୟ   ଧରାଧରି ହୋଇ

      ଆସନ୍ତିନି ଷଡ଼ଋତୁ ।

ଗାଆଁ ଯୁବା ପୁତ୍ର    ନବ ବିବାହିତ

     ଯାଏ ଦୂର ପେଟ ପୋଷି

ରୋଗ ମହାମାରୀ   କାଳର ଆଆଁରେ

     ହେଉଛି ଜୀବନ ପେଷି ।

ଫେରୁ ନାହିଁ ପୁଅ    ଫେରୁଅଛି ଶବ

      କାନ୍ଦୁଛନ୍ତି ମାତାପିତା

ସହୁଛି ଅକାଳ    ବୈଧବ୍ୟ ଯନ୍ତ୍ରଣା

      ଭୁଆସୁଣୀ ବିବାହିତା ।

ହଜିଛି ଶରତ    ହେମନ୍ତ ବସନ୍ତ

     ବାତ୍ୟା ପରେ ମହାବାତ୍ୟା

ଝଡ଼ର ଈଗଲ    କାଟୁଛି ଚକ୍କର

     ମେଲିଦେଇ କ୍ରୁର ପଞ୍ଝା ।

ଖୋଜୁଛି ହୃଦୟ    ଆକୁଳ ବିକଳ

      ତୁ ଆ'ରେ ବସନ୍ତ ଆ

ସୁରଭିତ ହେଉ    ନିଖିଳ ଜୀବନ

     ବହିଯା ମଳୟ ବାଆ ।।


Rate this content
Log in

Similar oriya poem from Inspirational