STORYMIRROR

Swapna Meher

Inspirational Others

3  

Swapna Meher

Inspirational Others

ଟୁକେଲ୍

ଟୁକେଲ୍

1 min
461


ଟୁକେଲ୍ ଟେ ହେଇ ଜନମ୍ ହେଲି ମୁଇ,

ଦୁଖ୍ ତ ସତେ ସବକୁ ହେଇଗଲା।

ଦୁନିଆ କେ ଆସି ମୁଇ ବଢା ଉସତ୍ ହେଲି,

ହେଲେ ଇ ଦୁନିଆ କେ କାନା ହେଇଗଲା।

ଘର୍ ଦୁଆରେ ପାଦ୍ ଯେଭେ ଦେଲି,

ନଜର୍ ସବକିରିର୍ ମୋର୍ ନେ ରହେଲା।

ରାସ୍ତା ତକ ମୁଇ ଯେଭେ ପଲେଇଗଲି,

ବଦନାମ ହେଇ ତ ତାକର୍ ଲାଗି ରହେଲି।

ବଦନାମ୍ ଖାଲି ଟୁକେଲ୍ କେ ଯେ ସହେବା,..

ଯେନ ବଦନାମ୍ କରଲା ଲୋକ କେ ଭିଲ୍,

ଗୁଟେ ଟୁକେଲ୍ ଟେ ଜନମ୍ କରିଛେ।

ଆର୍ ବହ ତାହାକୁ ପବିତ୍ର କେ ଯେ ଦରକାର୍,

ଯାହାର୍ ପୋ ହି ଗୁଟେ ନାଲାୟକ୍ ସାଜିଛେ।

ପତିବ୍ରତା ଯଦି ମାହେଝି ହେବାର୍ ଜରୁରି ଆଏ,

ତ ମୁନୁଷ୍ କେ ଯେ ପତ୍ନୀ ବ୍ରତା ହେବାର୍ ପଡବା।

ଇଟା ଯଦି କଲିଯୁଗ୍ ଆଏ,

ଇନେ ଖରାପ୍ ଜିନିଷ୍ କେଁ ଯେ ମିଟାବାର୍ କେ ପଡବା।

ଟୁକେଲ୍ କେ ଖାଲି ଏତକି ଲାୟକର୍ ବନାବାର୍ ଅଛେ,

ଯେନ୍ତା ସେ ନିଜର୍ ଗୁଡେ ଠିଆ ହେଇ ପାରବା।

ଦୁନିଆ କେ ସେ ଦେଖେଇ ପାରବା ଯେ,

ସେ ଦୁର୍ବଳ ନି ସେ,

କେଁ ଯେ କି ସେ ଗୁଟେ ଟୁକେଲ୍ ଆଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational