STORYMIRROR

Bidyadhar Mantry

Abstract Others

4  

Bidyadhar Mantry

Abstract Others

ଟ୍ରେନ୍ ଦୁର୍ଘଟଣା

ଟ୍ରେନ୍ ଦୁର୍ଘଟଣା

2 mins
327



ଏକ ଦୁଃଖଦ ଘଟଣା,ଟ୍ରେନ ସହ ଟ୍ରେନ୍ ର ଧକ୍କା

କିଛି ବୁଝିବା,ଜାଣିବା ପୂର୍ବରୁ ଘଟିଗଲା 

ଆଖି ପିଚ୍ଛୁଳାକେ , ନିମିଷକେ ଧ୍ଵଂସ 

ବୁକୁଫଟା ଚିକ୍ତାର,ବଞ୍ଚିବାର ଆର୍ତ୍ତନାଦ 

ରକ୍ତର ସୁଅ ଛୁଟୁଛି ,ଅହରହ କ୍ରନ୍ଦନର ଧ୍ୱନି

ରକ୍ଷାକର,ରକ୍ଷା କର ସ୍ୱର ରହି ରହି

ବିଜୁଳି ବେଗରେ ବ୍ୟପିଗଲା ଦୁଃଖଦ ଖବର


ବିଭତ୍ସ ସେ ଦୃଶ୍ୟ, ଦେଖିବାକୁ ବି ସାହାସ ହେଉନି

ଅକାଳ ମୃତ୍ୟୁର ବିଭୀଷିକା

ଛାତି ଫଟେଇ ବଞ୍ଚି ରହିବାକୁ ଜୀବନ ଭିକ୍ଷା

ସେ କରୁଣ ଦୃଶ୍ୟକୁ ବର୍ଣ୍ଣନା ଠିକ୍ ହେବ ନାହିଁ

ନ ଦେଖିଲେ ସ୍ବଚକ୍ଷୁରେ,ଅତି ନିକଟରେ


ତ୍ରାହି ତ୍ରାହି ଡାକରେ ଗଗନ ପବନ

ପ୍ରକମ୍ପିତ ଦୁର୍ଘଟଣା ସ୍ଥଳ ଓ ଆଖପାଖ

ସାହାଯ୍ୟର ହାତ ବି ଲମ୍ବି ଆସିଲାଣି

ଉଦ୍ଧାରକାରୀ ଦଳ ପହଞ୍ଚି ଗଲେଣି

ଅର୍ଦ୍ଧ ମୃତ ଶରୀରକୁ ଟାଣି ଓଟାରି

ଚିକିତ୍ସା ପାଇଁ ବି ପଠା ଗଲାଣି

ମୃତ ଶରୀର କଥା ଡେରି ହେଲେ ଚଳିବ!!!


ଉନ୍ନତି କରଣ ପ୍ରତି କ୍ଷେତ୍ରରେ

ଆଧୁନିକ ଜ୍ଞାନ କୌଶଳ ସହିତ

ତଥାପି ଟ୍ରେନ ଦୁର୍ଘଟଣା 

ବିଶ୍ୱାସର ସୀମା ଉଲ୍ଲଂଘନ

ଦୁର୍ଘଟଣା ତାଲିକା ଲମ୍ବି ଯାଉଛି

ଏ ଦୁର୍ଘଟଣା ର ପରିସମାପ୍ତି କେବେ??


ଦୁର୍ଘଟଣା ହିଁ ଦୁର୍ଘଟଣା

ଅଜାଣତରେ ହିଁ ଦୁର୍ଘଟଣା

ଜାଣି ଶୁଣି କିଏ ବା ଦୁର୍ଘଟଣାକୁ ଆମନ୍ତ୍ରଣ କରିବ!!

ଏମିତି ହେବାରୁ ଏୟା ହେଲା,

ତା ର ହିଁ ଭୁଲ୍,ଏମିତି କରିବାର ନ ଥିଲା !

ଜଣକର ଭୁଲ୍ ପାଇଁ ଏୟା ହେଲା

ସେ କଣ ଜାଣି ନ ଥିଲା କି,ବିପଦ ଆସିବ!!

ଭିନ୍ନ ଭିନ୍ନ ମତ ଓ ଆକ୍ଷେପ

ମିଡ଼ିଆ ବାଲାଙ୍କ ତେରେଛା ପ୍ରଶ୍ନ ବାଣ!!


ସବୁ ସୋସିଆଲ ମିଡିଆରେ ଘନ ଘନ ପ୍ରସାରଣ

ତର୍କ ବିତର୍କ ଓ ଜନମତ

ରାଜନୀତି ଦଳଙ୍କର ଭିନ୍ନ ଭିନ୍ନ ମତ

ବିରୋଧ ଦଳ ନେତାଙ୍କ ବିସ୍ପୋରଣ ବାକ୍ୟ

ଶାସକ ଦଳ ଅନୁକୁମ୍ପା ରାଶି ଘୋଷଣା ରେ ବ୍ୟସ୍ତ !

ମୃତାହତ ସଂଖ୍ୟା ନିରୂପଣ ସହିତ

ଅଲଗା ଅଲଗା ଆର୍ଥିକ ସାହାଯ୍ୟ

ମୃତ ଓ ଆହତ ,ଦୁର୍ଘଟଣାରେ ଜଡ଼ିତ


ଆଖିରୁ ଓ ହୃଦୟରୁ ଲୁହ ଝରୁ କି ନ ଝରୁ

ଜୀବନରେ କଲମକୁ ଭଲରେ ଜାଣି ନ ଥିବା କବି

<

p>କଲମକୁ ଝରାଇବ ଥରକୁ ଥର

ସମବେଦନା ଆଳରେ,ବର୍ଣ୍ଣନା ଓ ଚିତ୍ରଣରେ

ଦେଖା ଦେଖି ଜନ୍ମ ହେବେ କବି ଓ ଲେଖକ

ଗଣନା ପାଇଁ ବି ବହୁ ସମୟ ଲାଗିବ !!


ଦୁର୍ଘଟଣା ପାଇଁ କିଏ ଦାୟୀ 

ବିଚାର ବିମର୍ଷ ପରେ ପରେ ତଦନ୍ତ ବି ହେବ

କିଛି ଦିନ ଯାଏ ଖବର ଅହରହ 

କ୍ରମେ ଲିଭିଯିବ ଘଟଣା ଦୁର୍ଘଟଣା ତାଲିକା ଭିତରୁ

ମନରୁ ପାଶୋରି ଯିବ ,କେବେ ହୋଇଥିଲା କି !!


ମନୁଷ୍ୟକୃତ ଅବା ଦୈବୀ କୃତ

ସ୍ୱାଭାବିକ କି ଅସ୍ବାଭାବିକ,ଦୁର୍ଘଟଣା ହିଁ ଦୁର୍ଘଟଣା

ଆମକୁ ସ୍ବୀକାର କରିବାକୁ ହେବ

ଆମେ ଦୁର୍ଘଟଣାର ଶିକାର ହେଲୁ !!

ଅକାଳ ମୃତ୍ୟୁର ସଂଜ୍ଞା ବି ଚର୍ଚ୍ଚାକୁ ଆସିବ !!

ଏକା ସମୟରେ ଏକରୁ ଅଧିକ ଜିବନ

କଣ ପୂର୍ବ ନିର୍ଦ୍ଧାରିତ ଅକାଳ ମୃତ୍ୟୁ ଯୋଗ ??

କୁସ୍ଚିତ ଚିନ୍ତା ଧାରା କହିଲେ ଭୂଲ୍ ହେବ ନି ବୋଧେ


ଧନ ଓ ଜୀବନ ହାନିର ଦୁଃଖଦ ଘଟଣା

କିଏ କହେ ମାଳିକା ରେ ଥିଲା

କିଏ କହେ ଗୁଇନ୍ଦା ବି ଜାଣିଥିଲା

କିଏ କହେ ଅମୃତ ବେଳା ଗଡି ଯାଇଥିଲା

କିଏ ଏବେ କଣ କହୁଛି କହୁ

ଦୁର୍ଘଟଣା ହେଲେ ହିଁ ଏ ଜ୍ଞାନ ବର୍ଦ୍ଧକ ବାଣୀ !!!

 

ଦୁର୍ଘଟଣା ହେଇଛି,ହଉଛି ଓ ହୋଇ ପାରେ ବି!!!

ଏମିତି କିଛି ଯନ୍ତ୍ର ତ ଆବିଷ୍କାର ହୋଇନି !

ଆଗକୁ ଦୁର୍ଘଟଣା, ସାବଧାନ୍

ଦୁର୍ଘଟଣା ତ ପାଣିପାଗ ନୁହେଁ !!

କେମିତି ଜାଣି ହେବ ଦୁର୍ଘଟଣା ହେବ କି ନାହିଁ!!


ଅଯଥା ଚର୍ଚ୍ଚା ,ଦୁର୍ଘଟଣାରେ ମୃତ ବ୍ୟକ୍ତି ହିଁ ଭୂତ !!

ଯଦି ଭୂତ,ଭୂତ ରାଇଜ କୁ ଯିବେ

ସେଠି ରହିବେ,ଯାହା କରିବା କଥା କରିବେ 

ମୃତ ହେବା ଜାଗାରେ ଭୂତ ହୋଇ କାହିଁକି ଜଗିବେ

ଭୂତ ମାନଙ୍କର କଣ କିଏ ଶାସକ ନାହିଁ !!

ଭୂତ ଆଉ ଏତେ ବୋକ ନୁହେଁ!!

କାନ୍ଦିବ,ରଡ଼ି ଛାଡିବ ଓ ଧଡ୍ ଧାଡ କରିବ !!

ଦୁର୍ଘଟଣା ହେଲା,ଜିବନ ଗଲା,କଥା ସରିଲା !!!


ଧନ ଓ ଜିବନ ହାନି ଦୁର୍ଘଟଣାରେ

ଆଉ ନଷ୍ଟ ନ ହେଉ ଧନ ଓ ଜିବନ

କେନ୍ଦ୍ର କରି ଦୁର୍ଘଟଣା,ଦୁର୍ଘଟଣା ପରର ଘଟଣା

ଆମକୁ ସତର୍କ ହେବାକୁ ହେବ

ଆଉ ନ ହେଉ ପୁନରାବୃତ୍ତି

ଆଖି ଆଗରେ ହୋଇ ଥିବା ଦୁର୍ଘଟଣା !!!




Rate this content
Log in

Similar oriya poem from Abstract