STORYMIRROR

Bidyadhar Mantry

Abstract Drama Inspirational

4  

Bidyadhar Mantry

Abstract Drama Inspirational

ବିଶ୍ଵାସ

ବିଶ୍ଵାସ

1 min
232



ଅଦୃଶ୍ୟ ଭାବରେ ସ୍ଥିତ ସୃଷ୍ଟି କର୍ତ୍ତା

ସୃଷ୍ଟି ହୋଇଛି ଜଗତ

ଧର୍ମ ଶାସ୍ତ୍ର ଆଧାରିତ ତଥ୍ୟ ପ୍ରାୟ

ବିଶ୍ୱାସରେ ଆଧାରିତ

ପ୍ରତି କ୍ଷେତ୍ରେ ପ୍ରାୟ ବିଶ୍ୱାସ ଜଡ଼ିତ

ସବୁରି ମୂଳେ ବିଶ୍ୱାସ

ସୃଷ୍ଟିର ରହସ୍ୟ ପୁରାଣ ପୋଥିରେ 

ବିଶ୍ୱାସ ଯୋଗ୍ୟ ବିଶ୍ୱାସ


ବୁଝି ବୁଝେଇବା ଜାଣି ଜଣେଇବା

ଭଲ ମନ୍ଦ ପରଖିବା

ମଣିଷ କେବଳ ଉପଯୁକ୍ତ ଜୀବ 

ଭାବ ପ୍ରକାଶ କରିବା

ପ୍ରେମ ପ୍ରୀତି ଅବା ସମ୍ପର୍କ ମୂଳରେ

ବିଶ୍ୱାସ ହିଁ କାର୍ଯ୍ୟରତ 

ପ୍ରେମିକା ଅଥବା ପ୍ରାଣ ପ୍ରିୟା ପତ୍ନୀ

ବିଶ୍ୱାସ ସହ ଜଡ଼ିତ

ଜୀବନ ଯାତ୍ରାରେ ଭେଟ ହୁଏ ପ୍ରାୟ

ଅନେକ ଚିତ୍ର ଚରିତ୍ର

ବିଶ୍ୱାସ ସହିତ ସମ୍ପର୍କ ସ୍ଥାପନ

କ୍ରମେ ଭାବ ତ୍ୱରାନ୍ୱିତ

ଘର ପରିବାର ସମାଜ ସହିତ

ବିଶ୍ୱାସ ଆଧାର ଧାରେ

ଜୀବନର ପଥ ହୁଏ ସଞ୍ଚାଳିତ 

ମନ ପ୍ରାଣ ବଚନରେ

ପ୍ରେମର ବନ୍ଧନ ଅବା ଭକ୍ତି ଭାବ

ବିଶ୍ୱାସ ସହ ଜଡ଼ିତ

ବିଶ୍ୱାସ ରେ ବିଷ ଭରି ଯାଏ ଯଦି

ଭାବରେ ଆସେ ବ୍ୟାଘାତ


ସ୍ବାର୍ଥ ଚିନ୍ତାଧାରା ଅବା ପ୍ରତିହିଂସା

ଭାବନା ହିଁ ଅଟେ ବିଷ 

ଅନ୍ଧ ପରି ଥିବା ଚଳନ୍ତି ବିଶ୍ୱାସ 

ରୂପ ନିଏ ଅବିଶ୍ବାସ

ସରଳ ନିଷ୍ପାପ ହୃଦୟ ରେ ଭାବ

ବିଶ୍ୱାସ ସହ ଉଦ୍ରେକ

ମନର ମଣିଷ ଅବା ବିଭୁ ପ୍ରେମ

ବିଶ୍ୱାସ ଅଟେ କାରକ

ବିଶ୍ୱାସ ଘାତକ ସଇତାନ ସମ

ଯଦି ବୁଣେ ବିଷ ମଞ୍ଜି

ଅକାଳରେ ଭାବ ବୃକ୍ଷ ପଡେ ଟଳି 

କାରଣ ପାଏନି ଖୋଜି

ବିଶ୍ୱାସ ମୂଳେ ଏ ଜଗତ ସମ୍ପ୍ରତି

ହେଉଅଛି ଆତଯାତ

ବିଶ୍ୱାସ ସହିତ ଆଧ୍ୟାତ୍ମିକ ଭାବ

ହୃଦୟେ ଅଛି ଜଡ଼ିତ


ଆତ୍ମା ହିଁ ଅନନ୍ତ ଅସୀମ ସର୍ବତ୍ର

ଜୀବକୁ କରେ ଜୀବନ୍ତ

ଆତ୍ମା ବିନା ଦେହ ଧୂଳି ସହ ଧୂଳି

ବିଶ୍ୱାସ ସହ ଜଡ଼ିତ 

ଅଜର ଅମର ଅନାଦି ଅନନ୍ତ

ବ୍ରହ୍ମ ହିଁ ମୂଳ ଆଧାର

ଅଟଳ ବ୍ରହ୍ମାଣ୍ଡେ ମାତ୍ର ବ୍ରହ୍ମ ସତ୍ୟ

ବିଶ୍ୱାସ ଅଟଇ ସାର 

ବିଶ୍ୱାସ ପୂର୍ବକ ଭକ୍ତ ୠଷି ମୁନି 

ବିଭୁ ପ୍ରେମରେ ବିହ୍ବଳ

ଭକ୍ତି ଭାବ ପ୍ରେମ ପ୍ରୀତି ଓ ସମ୍ପର୍କେ 

ବିଶ୍ୱାସ କେବଳ ମୂଳ 

ଜୀବନ ସହିତ ଜଡ଼ିତ ବିଶ୍ୱାସ 

ବିଶ୍ୱାସେ ଫୁଟଇ ହସ

ବିଶ୍ୱାସରେ ବିଷ ପ୍ରୟୋଗ ବଳରେ

ନର୍କ ସମ ସହବାସ

ବିଶ୍ୱାସ ଅବିଶ୍ବାସ ଜ୍ଞାତ ଅଜ୍ଞାତ

ଜାଗ୍ରତ ଅବା ନିଦ୍ରିତ

ଅହରହ ଜପ ହେଉଛି ଅଜପା 

ପ୍ରାୟତଃ ସ୍ବତଃ ପ୍ରବୃତଃ

ଅନବରତ ନିଃଶ୍ୱାସ ଓ ପ୍ରଶ୍ୱାସ

ଜାରି ରହିଛି ପ୍ରକ୍ରିୟା

ଅଜପା ନାମରେ ସାଧକ ବିଦିତ

ନିଃଶ୍ୱାସ ପ୍ରଶ୍ୱାସ କ୍ରିୟା


ବିଶ୍ୱାସ ଅଟଇ ଈଶ୍ୱର ସମାନ 

ଭୟ ଭକ୍ତି ସହ ହେଉ

ଭାବ ସ୍ନେହ ପ୍ରେମ ଭକ୍ତି ଓ ସମ୍ମାନ

ସର୍ବଦା ଅକ୍ଷୁର୍ଣ୍ଣ ରହୁ

ପରୋପକାର ଓ ସେବା ଆଧାରରେ

ଜୀବନ ଉତ୍ସର୍ଗ ହେଉ

ନିଃଶ୍ୱାସ ନୁହଁଇ ବିଶ୍ଵାସର ଯୋଗ୍ୟ

ଏ କଥା ମନରେ ରହୁ



Rate this content
Log in

Similar oriya poem from Abstract