Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Classics Inspirational

4  

Kabiratna Nutan Kumar Behera

Classics Inspirational

ଟୋପାଏ ସିନ୍ଦୂର ଦିପଟ ଶଙ୍ଖା

ଟୋପାଏ ସିନ୍ଦୂର ଦିପଟ ଶଙ୍ଖା

1 min
299


      

ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା

ନାରୀ ଜୀବନର ମର୍ଯ୍ୟାଦା ସ୍ଵାଭିମାନ

ଆଣିଦିଏ ନିଷ୍ଠା ବ୍ରତ ସାଧନାରେ

ପୁଣ୍ୟଫଳ ପାଇବାର ଅପୂର୍ବ ସାର୍ଥକତା

ଆଦି ମାତୃଶକ୍ତିର ସେ ସବୁ ପ୍ରତୀକ

ମମତା ପ୍ରଦାନେ କରାଏ ତାକୁ ବିଶ୍ଵବନ୍ଦିତା

ହୋଇଥାଏ ତା' ସୁରକ୍ଷାର ବଳୟ

ନାରୀର ଯିଏ ବି ହେଉ ଅରି

ହୋଇ ଥାଉ ସେ ଯେତେ ପରାକ୍ରମୀ

ନିଶ୍ଚିତ ତାର ହୁଏ ପରାଜୟ

ନାରୀର ନାରୀତ୍ବ ଲେଲୀହାନ ଅଗ୍ନିଶିଖା

କାହାକୁ ଦିଏ ନାହିଁ କେବେ କ୍ଷମା

ପତଙ୍ଗ ପ୍ରାୟେ ଜଳି ପାଉଁଶ ହୁଏ ତହିଁ

ନଷ୍ଟ ଚରିତ୍ରର ଇତର ପୁରୁଷ

ଶଙ୍ଖା ସିନ୍ଦୂରର ଏ ଅପାର ମହିମା

ନିଜ ସତୀତ୍ଵ ବଳରେ ଦେବୀ ସାବିତ୍ରୀ

ଯମରାଜାଙ୍କଠାରୁ ଫେରାଇ ଆଣିଥିଲେ

ମୃତ ସ୍ବାମୀ ସତ୍ୟବାନଙ୍କ ଜୀବନ

ମାତା ସୀତାଙ୍କର ଅଶ୍ରୁ ଅନଳ 

ଦୁରାଚାରୀ ଦୁର୍ମତି ରାବଣର ହେଲା 

ନିଧନର ଏକମାତ୍ର ମୁଖ୍ୟ କାରଣ

ମହାସତୀ ଅନସୂୟା ପତିବ୍ରତାର

ମହନୀୟ ଗୁଣେ ଜିଣିଲେ ତ୍ରିଦେବଙ୍କୁ

ଯୁଗେ ଯୁଗେ ସେ ବିଶ୍ବେ ପୂଜିତା

ମାନବେ ଭକ୍ତିରେ ସମ୍ମାନ କରନ୍ତି ତାଙ୍କୁ

ଯାଜ୍ଞସେନୀ ଦ୍ରୌପଦୀଙ୍କ କୋପାନ୍ନଳ 

ପାଣ୍ଡବଙ୍କ ମାତା କୁନ୍ତୀଙ୍କର ଆକ୍ରୋଶର

ଅଭିଶାପେ କୌରବମାନେ ହେଲେ ଧ୍ଵଂସ

ତାରା ମନ୍ଦୋଦରୀ ଅହଲ୍ୟା ସତୀ 

ନାରୀ ଜାତିର ରଖି ଯାଇଛନ୍ତି ଆଦର୍ଶ

ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା

ହୋଇଥାଏ ତା'ର ସୁରକ୍ଷା କବଚ଼

ନାରୀଜାତି ପାଇଁ ନୁହେଁ ଏ ସାମାନ୍ୟବସ୍ତୁ

ଅକ୍ଷୁର୍ଣ୍ଣ ରଖିଥାଏ ମହନୀୟତାକୁ

ସର୍ବ ଦେବାଦେବୀ ସର୍ବଦା କରନ୍ତି ତଥାସ୍ତୁ

ନାରୀ ସୃଷ୍ଟିର ଆଧାର କଲ୍ୟାଣକାରିଣୀ 

ତା' ହୃଦେ ଆଘାତ ଦେଇ କଲେ ଅସମ୍ମାନ

ନିସ୍ତାର ପାଏନାହିଁ କେବେ କେହି

ଦୈବର ଅଶେଷ ଦଣ୍ଡ ଭୋଗେ ସେ

ବିକଳେ ଚିତ୍କାର କଲେ ମଧ୍ୟ ତ୍ରାହି ତ୍ରାହି

ନାରୀ ହାତର ଶଙ୍ଖା ମଥାର ସିନ୍ଦୂର 

ବଜ୍ର ପରି ଅମୋଘ ବ୍ରହ୍ମଅସ୍ତ୍ର

ସେ ସବୁକୁ ପ୍ରତିରୋଧ କରିବା ଲାଗି

ଜ୍ଞାନଶକ୍ତି ଦିଏନା କୌଣସି ଶାସ୍ତ୍ର।

         


Rate this content
Log in

Similar oriya poem from Classics