STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ଟଙ୍କା"

"ଟଙ୍କା"

1 min
101

କେ କହେ ପଇସା ମୋତେ

କିଏ କହେ ଟଙ୍କା

ସିଧା କରିଦିଏ ଯଦି,

ମୁହଁ ଥାଏ ବଙ୍କା

ମୁଁ' ଯାହା ପାଖରେ ଥାଏ

ସିଏ ଧନବାନ

ଯା'ପାଖେ ନଥାଏ ସିଏ

ଅଟେ ଦିନ ହୀନ

ଅଧର୍ମ ପଥରେ ଗଲେ

ବଢେ ମୁଁ" ବହୁତ

ଗଲାବେଳେ ଯାଏ କିନ୍ତୁ

ମୁଁ " ମୂଳ ସହିତ

କିଏ ମୋତେ ଲାଞ୍ଚ କହେ

କେ' କହେ ବକ୍ସିସ

ସରକାରୀ ସ୍ତରରେ ମୋତେ

କହୁଥାନ୍ତି ପିସି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract